କଟକରେ ମାଞ୍ଜା ସୂତା ବ୍ୟାନ୍
କଟକ,୧୩ ।୧: ମକର ସଂକ୍ରାନ୍ତି ଅବସରରେ ଗୁଡି ଉଡା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । କଟକରେ ଚାଇନିଜ୍ ମାଞ୍ଜା ସୂତାକୁ ବ୍ୟାନ୍ କରିଛି ସିଏମସି । କାଚ ଲଗାଇ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ସୂତା ମଧ୍ୟ ବ୍ୟାନ୍ କରାଯାଇଛି । ଗୁଡି ସୂତାରେ ଜୀବନହାନି ଆଶଙ୍କାରେ ମାଞ୍ଜା ଓ କାଚ ଲଗା ସୂତାକୁ ବ୍ୟାନ୍ କରିଛି କଟକ ମହାନଗର ନିଗମ । ମାଞ୍ଜା ଓ କାଚ ଲଗା ସୂତା ବ୍ୟାନ୍ ନେଇ ସିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ୟାନ୍ ଆଇଟମ୍ ବିିକ୍ରି ରୋକିବା ପାଇଁ ୩ଟି ଟିମ୍ ମଧ୍ୟ ଗଠନ କରିଛି ସିଏମସି । ଏହି ନିର୍ଦ୍ଦେଶନାମା ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
Comments are closed.