ପରୀ ମାମଲାରେ ବ୍ରେନ୍ ମ୍ୟାପିଂ ପାଇଁ ଅଭିଯୁକ୍ତ ଅରାଜି

ନୟାଗଡ,୧୩ ।୧: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆଜି ହାଜର ହୋଇଛି ଅଭିଯୁକ୍ତ ନାବାଳକ । ଶୁଣାଣି ଶେଷ ହେବା ପରେ ରାୟକୁ ବୋର୍ଡ ପକ୍ଷରୁ ସଂରକ୍ଷିତ ରଖାଯାଇଛି । ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ଅରାଜି ହୋଇଥିବା ସୂଚନା ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅଭିଯୁକ୍ତ ମନା କରିଥିଲା । ତେବେ ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି ।

ତେବେ ଅଭିଯୁକ୍ତର ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ ନୟାଗଡ଼ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ଏସ୍‌ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ଏଥିସହିତ, ଅଭିଯୁକ୍ତର ମୋବାଇଲ ସହ ପରୀ ମୃତଦେହ ମିଳିଥିବା ବସ୍ତାରେ ଯେଉଁ ତାର ବନ୍ଧା ଯାଇଥିଲା, ତାକୁ ମଧ୍ୟ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବାକୁ ଏସ୍ଆଇଟି ଆବେଦନ କରିଥିଲା। ଏସବୁର ଓଡ଼ିଶାରେ ପରୀକ୍ଷା ହୋଇ ନ ପାରିବାରୁ ଗୁଜୁରାଟସ୍ଥିତ ଲ୍ୟାବ୍‌କୁ ପଠାଇବାକୁ ଆବେଦନ କରିଥିଲା ଏସ୍‌ଆଇଟି। ବସ୍ତାରେ ବନ୍ଧା ଯାଇଥିବା ତାର ଓ ଅଭିଯୁକ୍ତ ଡେମୋ ସମୟରେ ନିଜ ଘ‌ରେ ଦେଖାଇଥିବା ତାର ସହ ମେଳ ଖାଉଛି ନା ନାହିଁ, ତାହା ଜାଣିବା ପାଇଁ ଫରେନସିକ୍‌ ଲ୍ୟାବ୍‌କୁ ପଠାଇବା ପାଇଁ ଏସ୍‌ଆଇଟିର ଯୋଜନା ରହିଛି।

Comments are closed.