କିଛି ଘଣ୍ଟାର ବ୍ୟବଧାନରେ ତାମ୍ପରାରେ ୩ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମପୁର,୧୩ ।୧: ଗଞ୍ଜାମ ଜିଲ୍ଲା ତାମ୍ପରା ଏନଏଚ-୧୬ରେ ପୁଣି ଦୁର୍ଘଟଣା ଘଟିଛି । କିଛି ଘଣ୍ଟାର ବ୍ୟବଧାନ ଭିତରେ ପୁଣି ଏକ ଟ୍ରକ ଓଲଟି ପଡିଛି । ଟ୍ରକଟି ପାର୍କିଂ ବେଳେ ଓଲଟି ପଡିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଗୋଟିଏ ଜାଗାରେ ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ତେବେ ସକାଳେ ତାମ୍ପରା ନିକଟରେ ଗୋଟିଏ ଗ୍ୟାସ୍ କଣ୍ଟେନର ଓଲଟି ପଡିଥିଲା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍ କରାଯାଥିଲା । କଣ୍ଟେନର ଗ୍ୟାସ୍ ଲିକ୍ ହେବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।

ଅନ୍ୟପଟେ ଘଟଣାସ୍ଥଳକୁ ଯିବାବେଳେ ପୋଲିସ ପୋଲିସ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିସ ଗାଡି ଓଲଟିପଡିବାରୁ ୫ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଗୁରୁତର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

Comments are closed.