କୋଭିସିଲ୍ଡ ପରେ ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ୱର, ୧୩ା୧: କୋଭିସିଲ୍ଡ ପରେ ଆଜି ଭୁବନେଶ୍ବରରେ ପହଞ୍ଚିଛି କୋରୋନା ଟିକା କୋଭାକ୍ସିନ । ଭାରତ ବାୟୋଟେକ ଓ ICMR ଦ୍ବାରା ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚି ସାରିଛି । ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଡୋଜ ଆସିଥିବା ଜଣାପଡ଼ିଛି । ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ରାଜ୍ୟରେ ୨ଟି ଟିକା ପହଞ୍ଚିଥିଲା ବେଳେ କାହାକୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ।

ତେବେ ଗତକାଲି ପୁଣେରୁ ଆସିଥିବା କୋଭିସିଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି । ସ୍ପାଇସ ଜେଟ୍ ବିମାନରେ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ଆସିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି। କଟକକୁ ୧୯ ହଜାର ୧ ଶହ ଡୋଜ ଯାଇଥିଲା ବେଳେନୟାଗଡକୁ ୪ ହଜାର ଓ ପୁରୀକୁ ୭ ହଜାର ଡୋଜ ଯାଇଛି। କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି।

Comments are closed.