ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼

ଭୁବନେଶ୍ୱର,୧୨।୧: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଛାଡ଼ ହୋଇଛି ମାଟ୍ରିକ୍‌ ପରୀକ୍ଷା ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି କରିବା ଦ୍ଵାରା ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨୭ କୋଟି ଟଙ୍କା ଭରଣ କରିବେ।

ତେବେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍‌ ଦେବାକୁ ପଡିଥାଏ । ଚଳିତବର୍ଷ ରାଜ୍ୟରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି । କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷ ପ୍ରଭାବିତ ହେବା ସହ ନଅ ମାସ ସ୍କୁଲ ବନ୍ଦ ରହିବା ପରେ ଏହି ମାସ ୮ ତାରିଖରେ ଖୋଲିଛି ।

Comments are closed.