ବିବାହ ଶେଭାଯାତ୍ରାକୁ ରାଜ୍ୟ ସରକାରଙ୍କ ଅନୁମତି, ଆସିଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର,୧୨ ।୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଅନେକ ନିୟମ ମଧ୍ୟ କୋହଳ କରାଯାଉଛି । ଏହାରି ମଧ୍ୟରେ ବିବାହ ଶୋଭାଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜିବାକୁ ଅନୁମତି ମିଳିଛି । ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଜଣ ଲୋକଙ୍କୁ ଅନୁମତି ଦିଆଯିବ । ପୂର୍ବରୁ ବିବାହର କାର୍ଯ୍ୟରେ ୧୦୦ ଲୋକଙ୍କୁ ଅନୁମତି ଦିଆଯାଉଥିଲା ।

ଏହା ସହ ଅନ୍ତିମ ସଂସ୍କାର ପାଇଁ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ କରିବାକୁ ଅନୁମତି ମିଳିଛି । କିନ୍ତୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ କରିବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ବିବାହ ଶୋଭାଯାତ୍ରା ହେଉ ବା ଅନ୍ତିମ ସଂସ୍କାର, ସବୁ ସ୍ଥାନରେ କୋଭିଡର ସମସ୍ତ ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Comments are closed.