ଗଂଜେଇ ଜବତ ସହ ୬ ଆସାମୀ ଗିରଫ

ମାଲକାନଗିରି, ଅପୁର୍ବ ଥଣ୍ଡର : ଗତକାଲି ରାତିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ ଏମ୍‌ଭି୬୬ ଗ୍ରାମ ନିକଟରୁ ୪୪ କିଲୋ ଗଂଜେଇ ଜବତ କରିବା ସହିତ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଗିରଫ ବ୍ୟକ୍ତିମାନେ ହେଲେ ଏମ୍‌ପିଭି ୧୨ ଗ୍ରାମର ପରିମଳ ଦାସ, ଏମ୍‌ପିଭି ୧୮(ଏ) ଗ୍ରାମର ନିର୍ମଳ ମଜୁମଦାର, ଏମପିଭି୬ ଗ୍ରାମର ଅମ୍ରିତ ବୈଦ୍ୟ, ଏମପିଭି୩୯ ଗ୍ରାମର ସରୋଜିତ ମଜୁମଦାର, ନୂଆଦିଲ୍ଲୀର ସୁଧୀର କୁମାର ଓ ଅଭିଳାଷ ଚୌବେ।

ସୂଚନା ଅନୁସାରେ ଉପରୋକ୍ତ ୬ ଜଣକ ମଧ୍ୟରୁ ୪ ଜଣ ଅଭିଯୁକ୍ତ ୨ଟି ବ୍ୟାଗରେ ଗଂଜେଇ ଭର୍ତ୍ତି କରି ଏକ ଘରୋଇ ବସକୁ ଅପେକ୍ଷା କରିଥିବା ବେଳେ ପୁଲିସ ହାବୁଡ଼ାରେ ପଡ଼ିଥିଲେ। ସେହିପରି ଅନ୍ୟ ୨ ଜଣକୁ ମାଲକାନଗିରିର ଏକ ଲଜରୁ ଗିରଫ କରାଯାଇଥିବା ଜଣାପଡିଛି। ଏମାନଙ୍କ ବିରୋଧରେ କାଲିମେଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।

Comments are closed.