ଅପହରଣ ଘଟଣାର ୧୨ ଘଣ୍ଟା ମଧ୍ୟରେ ଵ୍ୟବସାୟିଙ୍କୁ ଉଦ୍ଦାର କଲା ସମ୍ବଲପୁର ପୋଲିସ
ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳର ଷ୍ଟିଲ ଏଣ୍ଡ ଷ୍ଟିଲର ମାଲିକ ନରେଶ କୁମାର ଅଗ୍ରୱାଲାଙ୍କୁ ଅପହରଣ କରିବାର ୧୨ ଘଣ୍ଟା ମଧ୍ୟରେ ସମ୍ବଲପୁର ପୋଲିସ ତାଙ୍କୁ ଉଦ୍ଦାର କରିଛି । ଗତ କଲି ସମ୍ବଲପୁର ସହରର ବିଶିଷ୍ଟ ଵ୍ୟବସାୟି ନରେସ ଅଗ୍ରବାଲ, ସମ୍ବଲପୁର ଝାରସୁଗୁଡା ରୋଡ ଦେଇ ସମ୍ବଲପୁର ପଟରୁ ଝାରସୁଗୁଡା ପଟରେ ଯାଉଥିବା ବେଲେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ନରେସ ତାଙ୍କ ଗାଡ଼ିରେ ଏକାକି ଯାଉଥିଲେ ସାଥିରେ କେବଳ ଡ୍ରାଇଭର ଥିଲା । ତେବେ ଶାସନ ବାଇପାସ ନିକଟରେ ନରେସ ତାଙ୍କ ଡ୍ରାଇଭରଙ୍କୁ କିଛି କାମରେ ବାହାରକୁ ପଠାଇ ଗାଡ଼ିରେ ଏକା ବସିଥିବା ବେଲେ ସେହି ସମୟରେ ଅପହରଣକାରି ମାନେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ନରେଶଙ୍କ ଗାଡିର ଟାୟାର ମଧ୍ୟ କାଟି ଦେଇଥିଲେ । ପରେ ଏନେଇ ଵ୍ୟବସାୟି ନରେଶଙ୍କ ପରିବାରଙ୍କ ପକ୍ଷରୁ ଶାସନ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ପାରିପାର୍ଶ୍ବିକ ସ୍ଥିତକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ପୋଲିସ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଗାଡି ଡ୍ରାଇଭର ଓ ଶ୍ରମିକଙ୍କୁ ପୋଲିସ ପଚରାଉଚୁରା ମଧ୍ୟ କରିଥିଲା । ବ୍ୟବସାୟିକ ଶତ୍ରୁତା କାରଣରୁ କେହି ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରିଥିବାରୁ ସେନେଇ ମଧ୍ୟ ପୋଲିସ ତଦନ୍ତ ଯାରି ରଖିଥିଲା । ସମ୍ବଲପୁର ପୋଲିସ ଏଥିପାଇଁ ୫ ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼।ଉ କରି ତଦନ୍ତ କରିବା ସମୟରେ ଗତକାଲି ବିଳମ୍ବିତ ରାତ୍ରିରେ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ସୁଚନା ଦେଇଛି ସମ୍ବଲପୁର ପୋଲିସ । ଏ ସମ୍ପର୍କରେ ସମ୍ବଲପୁର ଏସପି ଡା. କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ଯେ, ବ୍ୟବସାୟୀଙ୍କୁ ପୁଲିସ ଟିମ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। କିନ୍ତୁ ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ
ଏସମ୍ପର୍କରେ ଅଧିକ ସୂଚନା ଦିଆଯାଇ ପାରୁନାହିଁ ।
Comments are closed.