ବାର ନିକଟରେ ଯୁବକଙ୍କୁ ଅମାନୁଷିକ ଭାବେ ହତ୍ୟା
ଖୋର୍ଦ୍ଧା, ଜିତୁ ସାହୁ : ଘଟଣା ଘଟିଛି ଖୋରଧା ଟାଉନ୍ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଗଡଖୋର୍ଧା ଛକ ନିକଟରେ । ସୂଚାନୁସାରେ ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ଖୋର୍ଦ୍ଧା ଉପକଣ୍ତ ଗଡ଼ଖୋର୍ଦ୍ଧା ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର କଡ଼ରେ ଥିବା ପାଢ଼ୀ ବାର୍ରେ ମଦ କିଣିବା ପାଇଁ କିଛି ଯୁବକ ପହଞ୍ଚିଥିଲେ। ତେବେ କରୋନା କଟକଣା ପାଇଁ ବାର୍ ସମ୍ମୁଖରେ ଭିଡ଼ ନକରିବା ଓ ଗାଡ଼ି ପାର୍କିଂ ନକରିବାକୁ ବାର୍ର କର୍ମଚାରୀ ଅମୀୟ ବାରିକ (୪୮) ସେମାନଙ୍କୁ କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ସହ ଠେଲାପେଲା ହୋଇଥିଲା। ଏହାପରେ ଯୁବକମାନେ ସେଠାରୁ ଚାଲିଯାଇ ପୁଣି ପ୍ରାୟ ୧ ଘଣ୍ଟା ପରେ ସେଠାରେ ପହଞ୍ଚି ଉକ୍ତ ବାର କର୍ମଚାରୀ ଅମୀୟ କୁମାର ବାରିକଙ୍କୁ ୪ ରୁ ୫ ଜଣ ଅଚିନ୍ହା ଦୁର୍ବୁତ ଡାଢୂଆ ଅସ୍ତ୍ରରେ ବାରମ୍ବାର ଭୁସି ହତ୍ୟା କରି ଫେରାର ହୋଇଯାଇଛନ୍ତି । ପରେ ହୋଟେଲ୍ର ଅନ୍ୟ କର୍ମଚାରୀମାନେ ଅମୀୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମୃତ ଶବକୁ ଥାନା ଅଧିକାରୀ ଉମା ଶଙ୍କର ସିଂ ଓ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ଜବତ କରି ଶବ ବ୍ୟବଛେଦ ପାଈଁ ପଠାଇଥିବା ବେଳେ ଘଟଣା ସ୍ଥଳରେ ଫୋରେନସିକ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଏନେଇ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଆମେ ଖୁବ୍ ଶୀଘ୍ର ହତ୍ୟା କାରିଙ୍କୁ ଧରିବାରେ ସଫଳ ହେବୁ । ଅମୀୟ ଜଣେ ମେଳାପୀ ଯୁବକ ଥିଲେ, ତାଙ୍କର ଘର ସହର ମଧ୍ୟରେ ଥିବା ଉପର ସାହିରେ ବୋଲି ଜଣାପଡିଛି ।
Comments are closed.