ମହାନଦୀ ବ୍ରିଜରୁ ଡେଇଁଲେ ମହିଳା
ସୁବର୍ଣ୍ଣପୁର, ସନ୍ତୋଷ ମିଶ୍ର : ମହାନଦୀ ପୋଲ ଉପରୁ ତଳକୁ ଡେଇଁଲେ ଜଣେ ମହିଳା। ଗତକାଲି ସଂନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ଏବଂ ତାଙ୍କ ପତ୍ନୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ । ବୁଲା ବୁଲି କରୁଥିବା ସମୟରେ ହଠାତ ମୀରା ପାଣିକୁ ଡେଇଁ ପଡିଥିବା କହିଛନ୍ତି ସ୍ବାମୀ ନିତ୍ୟାନନ୍ଦ । ସୋନପୁର ପୋଲିସ ତଥା ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଖୋଜା ଖୋଜି କରିଥିବା ବେଳେ ନିତ୍ୟାନନ୍ଦଙ୍କୁ ଅଟକ ରଖିଛି । ତେବେ ସଂନ୍ଧ୍ୟା ସମୟ ହୋଇଥିବାରୁ ତଥା ନଦୀରେ ପାଣି ଅଧିକ ଥିବାରୁ ମହିଳାଙ୍କ କୌଣସି ପତ୍ତା ମିଳି ପାରୁନାହିଁ । ହେଲେ ପୋଲ ଉପରୁ ମହିଳାଙ୍କ ଚପଲ, ପର୍ସ ତଥା ସ୍ବାମୀଙ୍କ ହେଲମେଟ ଥିବା ଦେଖିବାକୁ ମିଳିଛି । କିନ୍ତୁ ମହିଳାଙ୍କ ସ୍ବାମୀ ମହାନଦୀ ବ୍ରିଜରେ ବୁଲା ବୁଲି କରୁଥିବା ସମୟରେ ହଠାତ ମୀରା ପାଣିକୁ ଡେଇଁ ଦେଇଥିବା କହିଛନ୍ତି । ତେବେ କିଛି ସମୟ ପରେ ଲଙ୍କେଶ୍ବରୀ ଗଣ୍ଡରେ ମାଛ ମାରୁଥିବା ଦୁଇଜଣ କୈବର୍ତ୍ତ ମୀରାଙ୍କୁ ଭାସି ଯାଉଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେ ସୁସ୍ଥ ଥିବା ଜଣାପଡିଛି ।
Comments are closed.