କ୍ୱାରେଣ୍ଟାଇନ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ
ବୌଦ୍ଧ, କାବ୍ୟବ୍ରତ ସାହୁ : ବଘିଆପଡା କ୍ୱାରେଣ୍ଟାଇନ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନ ମିଳିଛି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମୃତକ ଜଣକ ଟିକରପଡା ପଂଚାୟତ ମେଣ୍ଢିମାଳ ଗ୍ରାମର ନରୋତ୍ତମ କଂହର ବୋଲି ସୂଚନା ମିଳିଛି । ଗତ ୮ ତାରିଖ ଦିନ ସେ ସୁରଟରୁ ଗାଁକୁ ଫେରି ବଘିଆପଡା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ। ସେ ପୂର୍ବରୁ ଛାତି ଓ ମୁଣ୍ଡ ବିନ୍ଧା ରୋଗରେ ପୀଡିତ ଥିବା ଜଣାପଡିଛି। ଗତକାଲି କେନ୍ଦ୍ର ଭିତରେ ତାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ କେନ୍ଦ୍ରର ଜଗୁଆଳି। ଖବର ପାଇ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହକୁ ବୌଦ୍ଧ ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଷ୍ଟମୋର୍ଟମ ରିପୋର୍ଟ ପରେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ବୌଦ୍ଧ ସିଡିଏମଓ ଡ଼.ପ୍ରଧାନ ସୂଚନା ଦେଇଛନ୍ତି।
Comments are closed.