ତରଭା ସାପ୍ତାହିକ ବଜାରରେ ଫେଲମାରିଲା ସାମାଜିକ ଦୁରତା

ସୁବର୍ଣ୍ଣପୁର, କଲ୍ୟାଣ ନାୟକ : ସାରାଦେଶରେ କୋରନାରୁ ରକ୍ଷା ପାଇବା ନିମନ୍ତେ ଲକ ଡାଉନ୍ ନିତି ଜାରି ରହିଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି। ଏଭଳି ସ୍ଥିତିରେ ସାମାଜିକ ଦୁରତା ରକ୍ଷାକରିବା ନିହାତି ଆବଶ୍ୟକ । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ରବିବାର ସାପ୍ତାହିକ ବଜାରରେ ଲୋକେ ଖୋଲାଖୋଲି ଉଲ୍ଲଂଘନ କରି ହୁଦା ହୁଦା ହୋଇ ପନିପରିବା କିଣୁଥିବା ଦେଖିବାକୁ ମିଳିଛି । ପୋଲିସ ଓ ସ୍ଥାନିୟ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡିନଥିଲା । ସାମାଜିକ ଦୁରତା ତ ଦୂରର କଥା ଲୋକେ ଆଦୌ କରୋନା ସଂକ୍ରମଣ କୁ ଭୟ ନ କରି ପନିପରିବା ଦୋକାନ ମାନଙ୍କରେ ଲଗାଲଗି ହୋଇ ବଜାର କରିବାରେ ଲାଗିପଡିଛନ୍ତି । ଏଣୁ ସାଧାରଣ ଜନତା ସଚେତନ ହେବା ସହ ପୋଲିସ ତଥା ସ୍ଥାନିୟ ପ୍ରଶାସନ ଏଦିଗରେ ଠୋସ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅବସ୍ଥା ଭୟଙ୍କର ହେବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Comments are closed.