ଲକଡାଉନ ସ୍ଥିତିରେ ବେଆଇନ ମଦ କାରବାର ଉପରେ କଳାହାଣ୍ଡି ପୋଲିସର ଦୃଢ ପଦକ୍ଷେପ
କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା ଖବର ମିଳିବା ପରେ ଟାଉନ ଥାନା ପକ୍ଷରୁ ଚଢାଉ କରାଯାଇଥିଲା। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୨ ଗୋଟି ବିଦେଶୀ ମଦ ବୋତଲରେ ୯ ଲିଟର ମଦ ଜବତ କରି ଟାଉନ ଥାନା କେଶ ନଂ.୧୧୬ ଧାରା ୨୬୯/୨୭୦/୨୭୧/୧୮୮/୩୪ ଆଇପିସି ତଥା ୫୪ ବ୍ୟାପକ କ୍ଷୟକ୍ଷତି ପରିଚାଳନା ଆଇନ ଏବଂ ୫୨(ଏ)/୬୯ ଓଡିଶା ଅବକାରୀ ଆଇନ ଅନୁସାରେ ଏକ କେଶ ରୁଜ୍ଜୁ କରି ହିନ୍ଦ ପ୍ଲାଜାର ମାଲିକ ବିକ୍ରମ ଜିତ ସିଂଙ୍କ ସମେତ ବିହାର ରାଜ୍ୟରୁ ଆସି ହୋଟେଲରେ କାମ କରୁଥିବା ହୋଟେଲ ମେନେଜର ଗୁଡୁ କୁମାର ଯାଦବ ଏବଂ ୱେଟର ଅନୀଲ କୁମାର ଯାଦବ ପି- ଗୌରୀ ଯାଦବଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ସେହିପରି ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଭବାନୀପାଟନା ସଦର ଥାନା ଅନ୍ତର୍ଗତ ଭୈରବପୁର ସ୍ଥିତ ନରେନ୍ଦ୍ର ନାଗଙ୍କ ଠାରୁ ୬ ଲିଟର ଏବଂ କାଶୀ କରୁୱା ( ୪୦) ଙ୍କ ଠାରୁ ୭ ଲିଟର ଦେଶୀ ମଦ ଜବତ କରାଯାଇ ସଦର ଥାନା କେଶ ନମ୍ବର ଯଥାକ୍ରମେ ୧୧୦ ଓ ୧୦୯ ଧାରା ୨୬୯/୨୭୦/୧୮୮ ଆଇପିସି, ଏବଂ ୫୨ (ଏ) ଓଡିଶା ଅବକାରୀ ଆଇନ ଅନୁସାରେ କେଶ ରୁଜ୍ଜୁ କରି ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।
ସେହିପରି ଜୁନାଗଡ ସହର ପ୍ରୋଜେକ୍ଟ ପଡାସ୍ଥିତ କମଳ ସୁନାନୀ ( ୫୬) ୧୫ ଗୋଟୀ ବିଦେଶୀ ମଦ ବୋତଲ ୫.୪ ଲିଟର ରଖି ବେଆଇନ କାରବାର କରୁଥିବା ଅଭିଯୋଗରେ ଜୁନାଗଡ ଥାନା କେଶ ନଂ. ୧୦୬ ଧାରା ୧୮୮/୨୬୯/୨୭୦ ଆଇପିସି ତଥା ୫୨(ଏ) ଓଡିଶା ଅବକାରୀ ଆଇନ ଅନୁସାରେ ଗିରଫ କରାଯାଇଥିବା ଜୁନାଗଡ ଓଆଇସି ଉତମ କୁମାର ସାହୁଙ୍କ ପ୍ରକାଶ କରିଛନ୍ତି।
ଜୁନାଗଡ ଥାନା ଅନ୍ତର୍ଗତ ବଳଦିଆମାଳ ଠାରେ ବିଦେଶୀ ମଦ ରଖି କାରବାର କରୁଥିବା ଅଭିଯୋଗରେ ବଲଦିଆମାଳ ଗ୍ରାମର ଦିବ୍ୟ ନାଗଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ବେଆଇନ ବିଦେଶୀ ମଦ କାରବାର କରାଯାଉଥିବା ଖବର ପାଇ ଜୁନାଗଡ ଓଆଇସି ଉତ୍ତମ କୁମାର ସାହୁ ଚଢଉ କରି ଚତୁରତାର ସହିତ ଇଟା ଗଦା ମଧ୍ୟରେ ସୁସଜ୍ଜିତ ଭାବେ ରଖାଯାଇ ବେଆଇନ ଭାବେ କାରବାର କରୁଥିବା ବେଳେ ବିଭିନ୍ନ କିସମର ବୋତଲ ଗୁଡିକରେ ମୋଟ ୭୮.୩୪ ଲିଟର ବିଦେଶୀ ମଦ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।
ବର୍ତ୍ତମାନ ଲକଡାଉନ ସ୍ଥିତିରେ ମଦୁଆମାନଙ୍କ ଚାହିଦା ପୂରଣ କରିବା ପାଇଁ ତଥା ଅଧିକ ଲାଭ ଉଠାଇବା ପାଇଁ ଗ୍ରାମାଂଚଳରେ ଏଭଲି ଅନେକ ସ୍ଥାନରେ ବେଆଇନ କାରବାର ହେଉଥାଇପାରେ। ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢାଉ କରାଗଲେ ବେଆଇନ କାରବାର ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି।
Comments are closed.