ହଜିଗଲା ମାନବିକତା : ବାପାକୁ ପଥରରେ ଛେଚିଲା ଜନ୍ମିତ ପୁଅ, ଥାନାରେ ଅଭିଯୋଗ
ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମେଡିକାଲ ପାଖ ସାହିରେ ।ପାରିବାରିକ କଳହକୁ କେନ୍ଦ୍ରକରି ମେଡ଼ିକାଲ ସାହିର ମୁଳିଆ ଦେହୁରୀଙ୍କୁ ନିଜର ଜନ୍ମ କଲା ପୁଅ ସଞ୍ଜୟ ଦେହୁରୀ ମାଡ଼ ମାରି ଲହୁଲହଣ କରିଥିଲେ ।ପୁଅ ସଞ୍ଜୟ ଏକ ଠେଙ୍ଗାରେ ବାପା ମୁଳିଆଙ୍କୁ ପିଟିବା ସହ ମୁଗୁନି ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ପୁଅ ସଞ୍ଜୟ ବାପା ମୁଳିଆଙ୍କୁ ସାତ ଥର ଆକ୍ରମଣ କରିଥିବା ନେଇ କହିଛନ୍ତି ବାପା ମୁଳିଆ। ଏ ନେଇ କଙ୍କଡ଼ାହାଡ଼ ଥାନାରେ ବାପା ମୁଳିଆ ଦେହୁରୀ ଅଭିଯୋଗ କରିଛନ୍ତି ।
Comments are closed.