ପ୍ରେମ ପାଇଁ ଛାଡିଲେ ମାଓ ସଙ୍ଗଠନ

ଅନୁଗୁଳ (ବ୍ୟୁରୋ ରିପୋର୍ଟ) : ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମ ମାନେନି ବାଧା ବିଘ୍ନ । ଏପରିକି ମାଓବାଦୀଙ୍କ ଲାଲ୍‌ ଆଖି ମଧ୍ୟ ସେମାନଙ୍କୁ ଅଟକାଇ ପାରିଲାନି। ପ୍ରେମ ପାଇଁ ଛାଡିଲେ ମାଓ ସଙ୍ଗଠନ। ଆଉ ଶଙ୍ଖା ସିନ୍ଦୁର ପିନ୍ଧି ଧରିଲେ ପ୍ରେମିକର ହାତ। ଦିନେ ଯେଉଁ ହାତ ଲୋକଙ୍କ ରକ୍ତରେ ଲାଲ୍‌ ହେଉଥିଲା ଆଜି ସେହି ହାତରେ ରୁଣୁଝୁଣୁ ଶବ୍ଦ କରୁଛି ଲାଲ୍‌ ଚୁଡି। ମାଓ ସଙ୍ଗଠନ ଛାଡି ଅନୁଗୁଳ ମଝିପଡ଼ା ଚମ୍ପେଶ୍ୱର ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅନୁଗୁଳ ବ୍ଲକ ଟିକରପଡ଼ା ପଞ୍ଚାୟତ ମଝିଡପଡ଼ା ଗାଁର ପ୍ରଫୁଲ୍ଲ ଦେହୁରୀ ଭବାନୀ ଦେହୁରୀଙ୍କ ଝିଅ ଜଲି ଦେହୁରୀ। ୨୦୧୮ରେ ଜଲି ଘର ଛାଡି ମାଓ ସଙ୍ଗଠନରେ ସାମିଲ ହୋଇଥିଲେ। ପ୍ରଶିକ୍ଷଣ ବେଳେ ମାଓବାଦୀ ଛୋଟୁ ଗଞ୍ଜୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ସେମାନଙ୍କ ପ୍ରେମକୁ ସ୍ୱୀକୃତି ନମିଳିବାରୁ ଉଭୟ ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ଏପରି ଏକ ନିଆରା ବିବାହ ଦେଖିବା ପାଇଁ ଲୋକଙ୍କ ଗହଳି ହୋଇଥିଲା।

Comments are closed.