ମା-ଝିଅକୁ ବନ୍ଦୀ ରଖି ନିର୍ଯ୍ୟାତନା ଦେବା ଅଭିଯୋଗରେ ସାମ୍ବାଦିକ ଗିରଫ

ରାଉରକେଲା (ରିପୋର୍ଟର : ସୁବ୍ରତ ଜେନା) ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀରେ ରହୁଥିବା ଜଣେ ସାମ୍ବାଦିକ ମା-ଝିଅଙ୍କୁ ନିଜ ଘରେ ବନ୍ଦୀ କରି ରଖିବା ସହ ନିର୍ଯ୍ୟାତନା ଦେବା ନେଇ ଏକ ଲିଖିତ ଅଭିଯୋଗ ହୋଇଛି…ଅଭିଯୋଗ ମୁତାବକ ପୋଲିସ ଅଶୋକ ମହାନ୍ତି ନାମକ ଜଣେ ସାମ୍ବାଦିକକୁ ଗିରଫ କରି କୋର୍ଟ ଚାଲାଣ କରିଛି..
ପୋଲିସ ସୂଚନା ମୁତାବକ, ବ୍ରହ୍ମପୁରରେ ରଙ୍କ ସାବତ ଏବଂ ତାଙ୍କ ପତ୍ନୀ ନଳିନୀ କୁମାରୀ ସାବତ ବ୍ରହ୍ମପୁରରେ ବସବାସ କରନ୍ତି..ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ହେଉଥିବାରୁ ଦିନେ ରାଗିଯାଇ ପତ୍ନୀ ନଳିନୀ ଘରଛାଡି ଗତ ଅକଟୋବର 5 ତାରିଖ ଦିନ ରାଉରକେଲା ଆସିଥିଲେ..ରାଉରକେଲାରେ ନଳିନୀଙ୍କ ଝିଅ ରୀନା କୁମାରୀ ଫର୍ଟିଲାଇଜର ରଙ୍ଗିଲା ଛକ ସ୍ଥିତ ନିଜ ସ୍ୱାମୀ ଅଜିତ କୁମାର ପାଢ଼ୀଙ୍କ ସହ ରହିଆସୁଥିଲେ..ତେବେ ନଳିନୀଙ୍କ ଅନ୍ୟଜଣେ ଝିଅଙ୍କ ସମ୍ପର୍କୀୟ ହେଉଛନ୍ତି ସାମ୍ବାଦିକ ଅଶୋକ ମହାନ୍ତି..ସେ ନଳିନୀଙ୍କ ରାଉରକେଲା ଷ୍ଟେସନରୁ ଘରକୁ ନେଇଆସିଥିବା ବେଳେ ଫର୍ଟିଲାଇଜରରେ ରହୁଥିବା ତାଙ୍କ ଝିଅଙ୍କୁ ମଧ୍ୟ ନିଜ କଥାର ଜାଲରେ ଫସାଇ ଘରକୁ ଆଣିଥିଲେ….ମୁଁ ଜଣେ ସାମ୍ବାଦିକ, ମୋର ଅନେକ ଲୋକଙ୍କ ସହ ସମ୍ପର୍କ, ମୋର କେହି କିଛି କରିପାରିବେ ନାହିଁ ବୋଲି କହିଛନ୍ତି….କିଛି ଦିନ ବିତିଯିବା ପରେ ଅଶୋକ ଆରମ୍ଭ କରିଦେଇଥିଲେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା….କଥାରେ କଥାରେ ମାଡ଼ ମାରୁଥିବା ସହ ଘର ବାହାରକୁ ଛାଡୁନଥିବା ଉଭୟ ଅଭିଯୋଗ କରିଛନ୍ତି…ଏପରିକି ଉଭୟଙ୍କ ଆପତ୍ତିଜନକ ଫଟୋ ଉଠାଇ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଭାଇରାଲ୍ କରିଦେବ ବୋଲି ବ୍ଲାକମେଲିଂ କରୁଥିଲା ବୋଲି ଅଭିଯୋଗ କରିଛନ୍ତି ପୁଲିସ ଦ୍ବାରା ଉଦ୍ଧାର ହୋଇଥିବା ପୀଡିତା ମାଆ ଓ ଝିଅ…ଭଳି ଅକଥନୀୟ ଅତ୍ୟାଚାର ସହି ନପାରି କୌଣସି ମତେ ଅଶୋକଙ୍କ କବଳରୁ ଖସି ଆସି ଉଦିତନଗର ଥାନାରେ ଅଭିଯୋଗ କରିଥିଲେ..ପୋଲିସ ଅଭିଯୋଗ ଆଧାରରେ ଅଶୋକଙ୍କୁ କୋର୍ଟ ଚାଲାଣ କରିଛି..ଉକ୍ତ ଘଟଣାକୁ ନେଇ ସହରରେ ଚର୍ଚାର ବିଷୟ ପାଲଟିଛି..

Comments are closed.