ଦୁର୍ନୀତି ବିରୋଧରେ ଶପଥପାଠ କଲେ ବିଭିନ୍ନ ବିଭାଗର ସଚିବ ଓ କର୍ମଚାରୀ

ଭୁବନେଶ୍ୱର : ଆଜି ଲୋକସଭା ଭବନରେ ଦୁର୍ନୀତି ବିରୋଧରେ ଶପଥପାଠ କରିଛନ୍ତି ସଚିବ ଓ ଅଧିକାରୀ । ଆଜିଠାରୁ ନଭେମ୍ବର ୨ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେବ । ତେବେ ଦୁର୍ନୀତି ନିବାରଣରେ ସହଯୋଗ ପାଇଁ ଗତକାଲି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ଲୋକସେବା ଭନରେ ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ କର୍ମଚରୀମାନେ ଶପଥପାଠ କରିଛନ୍ତି । ସାଧାରଣ ଲୋକଙ୍କ ପଇସାରେ ଚାଲୁଥିବା ସରକାରକୁ ଜନତାଙ୍କ ସେବାରେ ପୂରା ସମର୍ପିତ କରିବା ସହ ବିକାଶ ପଥରେ ଯେମିତି କୌଣସି ଦୁର୍ନୀତି ପାଚେରୀ ହୋଇ ନଛିଡ଼ା ହୁଏ ସେନେଇ ଶପଥ ନେଇଛନ୍ତି ବିଭିନ୍ନ ବିଭାଗର ସଚିବ ଓ କର୍ମଚାରୀ । ଦୁର୍ନୀତି ବିରୋଧରେ ସମସ୍ତ କର୍ମଚାରୀଙ୍କୁ ଶପଥପାଠ କରାଇଛନ୍ତି ବିଭାଗୀୟ ସଚିବ ।

Comments are closed.