ବର୍ଷା କ୍ଷୟକ୍ଷତି ଆକଳନର ନିର୍ଦ୍ଦେଶ ଦେଲେ ଏସ୍ଆରସି

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପ୍ରାୟ ୩ ଦିନ ଧରି ଲାଗି ରହିଥିଲା। ରାଜ୍ୟରେ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ୨୩ରୁ ୨୫ ତାରିଖ ଯାଏ ତେବେ ଲଗାଣ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସମସ୍ତ ଜିଲାର ଜିଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ରିପୋର୍ଟ ମିଳିବାପରେ କ୍ଷୟକ୍ଷତିର ଅନୁଦାନ ପ୍ରଦାନ କରାଯିବ କିନ୍ତୁ ଏହା ପୂର୍ବରୁ କ୍ଷତିଗ୍ରସ୍ଥମାନଙ୍କୁ ଆଂଶିକ ସହାୟତା ପ୍ରଦାନ କରିବାପାଇଁ ଜିଳାପାଳ ମାନଙ୍କୁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୪ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଯେଉଁମାନଙ୍କର ସାମନ୍ୟ କ୍ଷତି ହୋଇଛି ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ । ସରକାରଙ୍କ ଅନୁଦାନକୁ ଅପେକ୍ଷ ନ କରି ସହାୟତ ଯୋଗାଇଦିଆଯିବ ବୋଲି କୁହାଯାଇଛି ।

Comments are closed.