ମେଡିକାଲରେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୮ ।୧୦: ବଲିଉଡର ବିଶିଷ୍ଟ ଅଭିନେତା ବା ବିଗ ବି’ ଅଭିତାଭ ବଚ୍ଚନ ଗତ ୩ ଦିନ ହେବ ଅସୁସ୍ଥ ହୋଇ ମୁମ୍ବାଇର ନାନାବତୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତ ମଙ୍ଗଳବାର ଦିନ ଅମିତାଭଙ୍କ ଚିକିତ୍ସା ନିମନ୍ତେ ଭୋର ୩ଟାରେ ମେଡିକାଲକୁ ଅଣାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଠିକ୍ ହେବା ଲାଗି ଆଉ ଗୋଟିଏ କିମ୍ବା ୨ଦିନ ସମୟ ଲାଗିବ ବୋଲି କୁହାଯାଇଛି। ଆସନ୍ତା ରବିବାର ତାଙ୍କୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି।

ଖବର ମୁତାବକ, ଅମିତାଭ ବଚ୍ଚନ ନିୟମିତ ଚେକଅପ୍ କରିବା ପାଇଁ ମେଡିକାଲକୁ ଯାଉଛନ୍ତି । ୧୯୮୨ରେ ଫିଲ୍ମ ‘କୁଲି’ ଶୁଟିଂ ଚାଲିଥିବା ବେଳେ ଅମିତାଭଙ୍କୁ ଆଘାତ ଲାଗିଥିଲା । ରକ୍ତ ଦରକାରଥିବାରୁ ଜଣେ ବ୍ୟକ୍ତି ଅମିତାଭଙ୍କୁ ରକ୍ତଦାନ କରିଥିଲେ । କିନ୍ତୁ ସେହି ରକ୍ତ ଦେଇଥିବା ବ୍ୟକ୍ତି ଜଣକ ଶରୀରରେ ହେପାଟାଇଟିସ୍ ଭାଇରସ୍ ଥିବାରୁ ବିଗ ବି ସିରୋସିସ୍ ରୋଗରେ ପୀଡିତ ହୋଇଥିଲେ । ଏହି କାରଣରୁ ଅମିତାଭଙ୍କ ୭୫% ଲିଭର୍ ଖରାପ ହୋଇଛି । ମାତ୍ର ୨୫% ଲିଭର ସାହାରରେ ସେ ବଞ୍ଚିଛନ୍ତି ବୋଲି ଜଣାପଡିଛି ।

ତେବେ ନାନାବତୀ ମେଡିକାଲର ଏକ ସ୍ପେଶାଲ ରୁମରେ ଅମିତାଭଙ୍କ ଚିକିତ୍ସା ଚାଲିଛି, ଯାହାକୁ ଗୁପ୍ତ ରଖାଯାଇଛି । କେବଳ ପରିବାର ଲୋକଙ୍କ ବ୍ୟତିତ କୌଣସି ସେଲିବ୍ରିଟ ତାଙ୍କୁ ଦେଖାକରିବାକୁ ଯାଇନାହାନ୍ତି । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ତାଙ୍କ ନିକଟକୁ ଛଡାଯାଉନଥିବା ସୂଚନା ମିଳିଛି ।

Comments are closed.