ବଦଳିଲେ ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ୍

ଲାହୋର,୧୭ ।୧୦: ପାକିସ୍ତାନ କ୍ରିକେଟ ଟିମରେ ଦେଖାଯାଇଛି ବଡ ପରିବର୍ତ୍ତନ । ପାକିସ୍ତାନର ଟେଷ୍ଟ ଓ ଟି-୨୦ର ଅଧିନାୟକ ସ୍ଥାନରୁ ଆଜି ହଟିଛନ୍ତି ସର୍ଫରାଜ ଅହମ୍ମଦ । ସର୍ଫରାଜଙ୍କ ବଦଳରେ ସ୍ଥାନ ପାଇଛନ୍ତି ଦୁଇ ନୂଆ ଅଧିନାୟକ ଅଜହର ଅଲି ଓ ବାବର ଆଜମ । ତେବେ ଅଜହାର ଅଲୀ ଟେଷ୍ଟ ମ୍ୟାଚରେ ଦଳର ଅଧିନାୟକ ରହିବେ । ଅନ୍ୟପଟେ ବାବର ଆଜମ ପାକିସ୍ତାନର ଟି-୨୦ ଦଳର ମଙ୍ଗ ଧରିବେ ବୋଲି ଜଣାପଡିଛି ।

ବିଶ୍ୱ କପ ପ୍ରତିଯୋଗିତାରେ ଖରାପ ପ୍ରଦର୍ଶନ କରିବା କାରଣରୁ ସର୍ଫରାଜଙ୍କୁ କ୍ୟାପଟେନ୍ ପଦରୁ ହଟାଯାଇଛି । ଏହା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ମ୍ୟାଚରେ ମଧ୍ୟ ସର୍ଫରାଜଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇନାହିଁ ।

Comments are closed.