ସୁନ୍ଦରଗଡ ସିଡିଏମଓଙ୍କୁ ନିଲମ୍ବନ ଘଟଣାରେ ଏପରି କହିଲେ ମୁଖ୍ୟମନ୍ତ୍ରୀ !
ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକାରିତାରେ ଅବହେଳା କରିବାରୁ ଭାରାପ୍ରାପ୍ତ ସିଡିଏମଓ ପଙ୍କଜ ପଟେଲଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏହା ସହ ଜିଲ୍ଲାପାଳ ପବନ କଲ୍ୟାଣଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ମୋ ସରକାର କାମରେ ଅବହେଳା କରିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର ।
ତେବେ ସିଡିଏମଓଙ୍କୁ ନିଲମ୍ବନ ଓ ଜିଲ୍ଳାପାଳଙ୍କୁ ନୋଟିସ ହୋଇଥିବା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟ ସରକାରୀ ଅଧିକାରୀଙ୍କୁ ସତର୍କ କରିବା ସହ ନବୀନ କହିଛନ୍ତି ଯେ, ଥାନା ଓ ଡାକ୍ତରଖାନାରେ କର୍ତ୍ତବ୍ୟରେ ଅବହେଳାକୁ ବରଦାସ୍ତ କରାଯିବନି । ଗଣତନ୍ତ୍ରରେ ସାଧାରଣ ଲୋକେ ହିଁ ପ୍ରକୃତ ମାଳିକ । ସରକାରୀ କଳ ଲୋକଙ୍କ ସେବା ପାଇଁ ବଦ୍ଧପରିପକ ହେବା ଉଚିତ୍ ।’
Comments are closed.