ଆସନ୍ତୁ ଜାଣିବା ଶରୀର ପ୍ରତି ଗରମ ପାଣିର ଉପକାରିତା
ଆପଣମାନେ ସକାଳୁ ଉଠି ଚା କି କଫି ପିଇବା ପାଇଁ ପସନ୍ଦ କରନ୍ତି, ଆଉ କେତେକ ଥଣ୍ଡା ପାଣି ପିଇଥାନ୍ତି । ପରନ୍ତୁ ଆପଣ ଜାଣନ୍ତି କି ଶାସ୍ତ୍ର ଅନୁସାରେ ଯଦି ଆପଣମାନେ ପ୍ରତିଦିନ ସକାଳ ସମୟରେ ଗରମ ପାଣି ସେବନ କରିବେ ତାହେଲେ ଏହା ଆପଣଙ୍କ ଶରୀର ପ୍ରତି ବେଶ ହିତକାରୀ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିବାରେ ଏହା ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ..
ହଜମଶକ୍ତି ବଢ଼ାଏ – ଅନେକ ଲୋକ ଖାଦ୍ୟ ଖାଇବା ପରେ ପାଣି ପିଇଥାନ୍ତି । ତେବେ ଖାଦ୍ୟ ପରେ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ଉଷୁମ ପାଣି ପିଅନ୍ତୁ, ଏହାଦ୍ଵାରା ଖାଦ୍ୟ ସହଜରେ ହଜମ ହୋଇଥାଏ ।
ଶରୀର ଓଜନ ହ୍ରାସ କରେ – ଯେଉଁମାନେ ଶରୀର ପାଇଁ ଓଜନ କମାଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ସକାଳେ ଗରମ ପାଣି ପିଇବା ବେଶ୍ ଜରୁରୀ । ଏହା ଶରୀରକୁ ଶକ୍ତି ଯୋଗାଉଥିବା ସମସ୍ତ ରାସାୟନିକ ପଦାର୍ଥକୁ ବୃଦ୍ଧି କରିବା ସହ ଶରୀରରୁ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରେ ।
କୋଷ୍ଠ କାଠିନ୍ୟ ଦୂର କରେ – ସକାଳୁ ଖାଲି ପେଟରେ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ଗୋଟେ ଗ୍ଲାସ୍ ଉଷୁମ ପାଣି ପିଇଲେ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୁଏ ।
ଗଳା ଯନ୍ତ୍ରଣା କମେ – ଥଣ୍ଡାରୁ ଗଳାରେ ଯନ୍ତ୍ରଣା ଅନୁଭବ ହେଉଥିଲେ ଗୋଟେ ଗ୍ଲାସ୍ ଗରମ ପାଣି ପିଅନ୍ତୁ ଦେଖିବେ ତାହା ତୁରନ୍ତ ଆରାମ ଦେବ ।
ଋତୁସ୍ରାବ ଯନ୍ତ୍ରଣା ଦୂରାଏ – ମାସିକ ଋତୁସ୍ରାବ ସମୟରେ ପେଟ, ଅଣ୍ଟା କିମ୍ବା ମାଂସପେଶୀ ଜିନତ ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ଔଷଧ ନୁହେଁ ବାରମ୍ବାର ଗରମ ପାଣି ପିଅନ୍ତୁ, ଯାହାଦ୍ଵାରା ତୁରନ୍ତ ଆରାମ ମିଳିବ ।
ଶରୀରରୁ ଟକ୍ସିନ୍ ଦୂର କରେ – ସକାଳୁ ଖାଲି ପେଟରେ ଉଷୁମ ପାଣି କିମ୍ବା ଟିକେ ଅଧିକ ଗରମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ଟକ୍ସିନ୍ ଅର୍ଥାତ୍ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।
Comments are closed.