ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ନେଉଛି ଜୀବନ

କିଛିଦିନ ପୂର୍ବରୁ ମୃତ୍ୟୁର ତାଣ୍ଡବ ଦେଖାଉଥିଲା ବ୍ଲୁ ହ୍ୱେଲ୍ ନାମକ ଏକ ଖେଳ । ଆଉ ଏବେ ଏହାର ସ୍ଥାନ ନେଇଛି ଆଉ ଏକ ଖେଳ, ତାହାର ନାମ ହେଉଛି ‘ମୋମୋ’ । ଏହି ଖେଳ ଆର୍ଜେନ୍ଟିନା, ମେକ୍ସିକୋ, ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ଦେଶରେ ବ୍ୟାପିବାରେ ଲାଗିଛି । ଯାହାକି ଲୋକଙ୍କୁ ବାଧ୍ୟ କରୁଛି ଆତ୍ମହତ୍ୟା କରିବା ପାଇଁ । ତେବେ ଏହି ଖେଳଟି କେଉଁଠୁ ଆସିଲା ଓ ଏହାର ନିର୍ମାତା କିଏ, ଏ ସଂର୍ପକରେ କିଛି ସୂଚନା ମିଳିନାହିଁ । ମୁଖ୍ୟତଃ ଏହି ଖେଳଟି Whatsapp ରେ ଦେଖିବାକୁ ମିଳୁଥିବାରୁ କୋକୁଆ ଭୟ ସୃଷ୍ଟି ହୋଇଛି ।

Comments are closed.