କଲେଜ ପରିସରରେ ଆଖି ମାରିଲେ ବି Ragging

ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଖି ମାରିବା ଭିଡିଓ ଭାଇରାଲ ହେବା ପରେ କଲେଜ ପରିସରରେ ଆଖିମରା ବେଶ ଜୋରସୋରରେ ଚାଲିଛି । ଏହି ଆଖି ମାରିବାକୁ ଏବେ ଏକ Ragging ବୋଲି ଗଣାଯିବା ବେଳେ ଏହାକୁ ରୋକିବା ପାଇଁ ଆଜି କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକସଭାରେ ନିଜ ମନ୍ତବ୍ୟ ରଖିଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଶିକ୍ଷା କର୍ତ୍ତୃପକ୍ଷ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । Ragging ମାମଲାରେ ଓଡିଶା ଷଷ୍ଠ ସ୍ଥାନ ଅଧିକାର କରିଥିବା କଥା ସାମ୍ନାକୁ ଆସିବାପରେ ଓଡିଶା ସରକାରଙ୍କ ତରଫରୁ କଡା ପଦକ୍ଷେପ ନିଆଯାଇଛି । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ଘୋଷଣା କରିଛନ୍ତି କି, ଏବେ କଲେଜ ପରିସରରେ ଆଖି ମାରିଲେ ବି ଏହାକୁ Ragging ବୋଲି ଗଣାଯିବ ଓ ଏନେଇ ଅଭିଯୋଗ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଦୋଷୀ ସାବ୍ୟସ୍ତ ପରେ ଅଭିଯୁକ୍ତକୁ କଲେଜରୁ ବହିଷ୍କାର କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ନିୟମ ଖୁବଶୀଘ୍ର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଏବଂ କୁଳପତିମାନଙ୍କ ଦ୍ୱାରା ଜାରି କରାଯିବ ।

Comments are closed.