କାଲି ପାଖରୁ ଆରମ୍ଭ ହେବ ମା ଙ୍କ ଷଷ୍ଠୀ ପୂଜା
ଭୁବନେଶ୍ଵର :ଚଳିତ ବର୍ଷରେ ଶାରଦୀୟ ଦୁର୍ଗାପୂଜା ପାଇଁ କାଲି ପାଖରୁ ମା ଙ୍କର ପାରମ୍ପରିକ ଷଷ୍ଠୀ ପୂଜାରେ ମଣ୍ଡପଗୁଡ଼ିକ ଆରମ୍ଭ ହୋଇଉଠିବ। କରୋନା ଯୋଗୁଁ ଦୁଇ ବର୍ଷ ହେଲା କଟକଣା ଭିତରେ ପୂଜା ହେଉଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇ ନଥିଲେ। ହେଲେ ଏବର୍ଷ ବେଶ୍ ଜମିବ ପୂଜା। ଏଣୁ ଆସନ୍ତାକାଲିଠୁ ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଜମିବ। ଜନଗହଳିକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ
ପାଇଁ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସାରା ସହରରେ ୩୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ଅପରପକ୍ଷେ ପାରମ୍ପରିକ ବାଦ୍ୟଶିଳ୍ପୀ, ଭଜନ ଦଳ, ମେଲୋଡି ଗ୍ରୁପ୍ମାନଙ୍କ ରିହର୍ସାଲ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆସନ୍ତାକାଲିଠାରୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦାଣ୍ଡିଆ ନାଇଟ୍ ଆରମ୍ଭ ହୋଇଯିବ। ଛୋଟ, ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ଓ ସହରର ବିଭିନ୍ନ ପଡ଼ିଆରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଆସନ୍ତାକାଲିଠାରୁ ସପ୍ତାହନ୍ତ ଆରମ୍ଭ ହୋଇଯାଉଥିବାରୁ କିଣାକିଣି ମଧ୍ୟ ବେଶ୍ ଜମିବ।
Comments are closed.