ବର୍ଷା ଦିନେ ଖାଆନ୍ତୁ ଏହି ସବୁ ପରିବା, ଶରୀର ପାଇଁ ଖୁବ ଭଲ

ସାଧାରଣତଃ ଅଧିକାଂଶଙ୍କୁ ବର୍ଷା ଦିନ ବେଶ୍‌ ପସନ୍ଦ। ଏହି ଋତୁରେ ଅନେକ ଲୋକ ଚଟ୍‌ପଟା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ହେଲେ ଆପଣ ଜାଣନ୍ତି କି ବର୍ଷା ଦିନେ ଖାଦ୍ୟପେୟରେ ସାମାନ୍ୟ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବର୍ଷା ଦିନେ ବଜାରରେ ଭଳିକି ଭଳି ପନିପରିବା ବିକ୍ରି ହୁଏ। ହେଲେ ଆମକୁ ଭାବି ବିଚାରି ସେହି ସବୁ ପରିବା ଖାଇବା ଆବଶ୍ୟକ। ନଚେତ୍‌ ଏହି ପନିପରିବା ଖାଇବା ଅସୁସ୍ଥତାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ପରିବା ଖାଇବା ଉଚିତ୍‌।

କାକୁଡ଼ି : କାକୁଡ଼ି ଏପରି ଏକ ପରିବା ଯାହାକୁ ବର୍ଷା ଦିନେ ମଧ୍ୟ ଖାଇ ହେବ। ଏହାକୁ ସାଲାଡ୍‌ କିମ୍ୱା ସାଣ୍ଡୱିଚ୍‌ ମାଧ୍ୟମରେ ଖାଇପାରିବେ। ଏହା ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇନଥାଏ।

ଭେଣ୍ଡି : ବର୍ଷା ଦିନେ ଭେଣ୍ଡି ଖାଇବା ଅତ୍ୟନ୍ତ ଲାଭଦାୟକ। ଏହା ଖାଇବା ଦ୍ୱାରା ଶରୀରରେ କଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଭେଣ୍ଡି ଖାଇବା ଦ୍ୱାରା ଆଖି ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଏହାକୁ ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ୍ ରୁହେ।

Comments are closed.