ନିର୍ଦେଶକ ହେଲେ କୁନାଲ

ଶିଶୁ କଳାକାର ଭାବେ ୧୯୯୩ରେ କୁନାଲ ଖେମୁ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତା’ ପରକୁ ପର ତାଙ୍କୁ ସୁଯୋଗ ମିଳିଲା । ବଲିଉଡ଼ରେ କାମ କରୁଥିବାବେଳେ ଶିଶୁରୁ ଯୁବକ ହୋଇଗଲେ କୁନାଲ । ଭଲଭଲ ବ୍ୟାନରରେ କାମ ମିଳିଲା । ସବୁପ୍ରକାର ଭୂମିକା କରିବାରେ କୁନାଲ ବହୁତ ନିପୁଣ ।

ଅଭିନୟ କରି ପୂର୍ଣ୍ଣ ସନ୍ତୋଷ ମିଳିବା ପରେ ଏଥରକ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି । ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହା ଘୋଷଣା କରିଛନ୍ତି । ଚଳଚ୍ଚିତ୍ରର ନାମ ‘ମାଡ଼ଗାଓଁ ଏକ୍ସପ୍ରେସ’ । ଗଣେଷ ପୂଜାର ଶୁଭ ଅବସରରେ ସେ ନିଜ ପ୍ରଶଂସକ ଓ ସିନେବନ୍ଧୁ ମାନଙ୍କୁ ଏ ବିଷୟରେ ଜଣାଇଛନ୍ତି ।

ନିର୍ଦେଶନା ଦେବାକୁ ସେ ବହୁ ଆଗରୁ ଚାହୁଁଥିଲେ । ହେଲେ ଅଭିନୟରୁ ଫୁରସତ ମିଳୁନଥିଲା । ସତ ଘଟଣା ଆଧାରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଦିଆ ମିର୍ଜା ଅଭିନୟ କରିବେ ବୋଲି ଶୁଣାଯାଇଛି ।

Comments are closed.