ସୋନପୁର – ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ଖାରୀ ନିକଟସ୍ଥ ବଡବାହାଲ ଛକରେ କାର ଅଟୋ ଧକ୍କାରେ 3 ମୃତ 2 ଗୁରୁତର
ତରଭା(କଲ୍ୟାଣ ନାଏକ) : ସୋନପୁର – ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ଖାରୀ ନିକଟସ୍ଥ ବଡବାହାଲ ଛକରେ କାର ଅଟୋ ଧକ୍କାରେ 3 ମୃତ 2 ଗୁରୁତର | ମଙ୍ଗଳବାର ଭୋର ସକାଳୁ ସୋନପୁର- ବଲାଙ୍ଗୀର 57ନଂ ଜାତୀୟ ରାଜପଥ ତରଭା ଥାନା ଅଧିନସ୍ଥ ଖାରୀ ବଡବାହାଲି ଛକ ଠାରେ ଗୋଟିଏ କାର ଓ ଅଟୋ ମଧ୍ୟରେ ଧକ୍କା ଫଳରେ ଅଟୋରେ ଥିବା ଜଣେ ମହିଳା ସମେତ ଦୁଇଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତର ଖାନାକୁ ନିଆଯାଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ସୋନପୁର ପଟୁ ଆସୁଥିବା OD16J 1355 ଲେଖାଥିବା କାର ଏବଂ ବଲାଙ୍ଗୀର ପଟୁ ଯାଉଥିବା OD 03 J 3682 ନଂ ଅଟୋ ମଧ୍ୟରେ ଖାରୀ ନିକଟସ୍ଥ ବଡବାହାଲି ଛକରେ ଧକ୍କା ହୋଇଥିଲା ।ଧକ୍କାରେ ଅଟୋରେ ଥିବା 5 ଜଣ ଙ୍କ ମଧ୍ୟରୁ 3 ଚାରା ବ୍ୟବସାୟୀ ବଜାରକୁ ଚାରା ବିକ୍ରି ପାଇଁ ଯାଉଥିବା ସତ୍ୟ ପ୍ରଧାନ (35) ,ପ୍ରାଣନାଥ ବିଶ୍ୱାଳ (45) ଓ ଗୁଆବତି ନାଏକ (40) ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ତିନିଜଣ ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଧୀନସ୍ଥ ରାଘବ ପାଲି ର ବୋଲି ଜଣାପଡ଼ିଛି । ବାକି ଦୁଇଜଣଙ୍କୁ ସୋନପୁର ଡାକ୍ତରଖାନା କୁ ପଠାଯାଇଛି ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ବୋଲି ଜଣାପଡ଼ିଛି ।ଦୁର୍ଘଟଣା ଘଟାଇଥିବା କାର ର ବାମ ପାର୍ଶ୍ବ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର ଭିତରୁ ପୋଲିସ ଡ୍ରେସ ମିଳିଥିଲା ଯେଉଁଥିରେ ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧା ରାଣୀ ସୁନା ଲେଖାଥିବା ଜଣାଯାଇଛି । କାରଟି ମଧ୍ୟ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାଯାଇଛି । ମର୍ମନ୍ତୁଦ ଦୁର୍ଘଟଣା କୁ ନେଇ ଅଚଂଳରେ ଶୋକାତୁର ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକ ପରିବାର ବର୍ଗଙ୍କୁ ଏବଂ ଆହତଙ୍କ କ୍ଷତିପୁରଣ ଦାବୀରେ ରାସ୍ତା କିଛି ସମୟ ବନ୍ଦ ରହିଥିଲା । ତରଭା ଥାନା ଆଇ ଆଇ ସି ସୁବ୍ରତ ପାଣିଗ୍ରାହୀ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ସୋନପୁର ଡାକ୍ତର ଖାନାକୁ ପଠାଯାଇଛି । ଦୁର୍ଘଟଣା ଘଟିବା ପରେ କାରରେ ଭିତରେ କେହି ଜଣେ ହେଲେ ନ ଥିବା ସ୍ଥାନୀୟ ଲେକେ କହାକୁ ଜଣେ ମଧ୍ୟ ଦେଖିବାକୁ ପାଇ ନଥିଲେ ବରଂ କାରରୁ ପୋଲିସ ଡ୍ରେସ ମିଳିଥିଲା ।ଯାହା ସମସ୍ତ ଙ୍କୁ ଚକିତ କରିଥିଲା । ଯାହା ଜଣାପଡେ ଦୁର୍ଘଟଣାର ପରେ ପରେ କାରରେ ଥିବା ଆରୋହୀ ମାନେ ଫେରାର ମାରିଥିଲେ । 
Comments are closed.