ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଦଣ୍ଡିକା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ପିକଅପ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ମୃତକ ଜଣକ ହେଲେ ସ୍ଵସ୍ତିକ ନାୟକ।ଗୁରୁତର ଚନ୍ଦନ ନାୟକଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦଣ୍ଡିକା ଛକ ଠାରେ ଦୁଇ ବନ୍ଧୁ ରାସ୍ତା କଡ଼ରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ସମୟରେ ଜଳେଶ୍ଵର ପଟୁ ଆସୁଥିବା ଏକ ପିକ ଅପ୍ ଭ୍ୟାନ୍ ଧକ୍କା ଦେଇ ଥିଲା। ଘଟଣାସ୍ଥଳରେ ସ୍ଵସ୍ତିକ (୨୨) ମୃତ୍ୟୁବରଣ କରିଥିବା ବେଳେ, ଚନ୍ଦନ (୨୨) ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ଗୁରୁତର ଙ୍କୁ ବାଲେଶ୍ଵର ପଠାଯାଇଥିବା ବେଳେ, ମୃତକଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଘଟଣାସ୍ଥଳରେ ବସ୍ତା ତହସିଲଦାର ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସରୁ ଦଶ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ ।
Comments are closed.