ଶ୍ରମିକଙ୍କୁ ଦଳିଦେଲା ଦନ୍ତାହାତୀ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : କୟଥ ପଲାରେ ହାତୀ ଆତଙ୍କ | ଗାଁ ମୁଣ୍ଡ ଗହୀରରେ ଶ୍ରମିକଙ୍କୁ ଦଳି ଦେଲା ଦନ୍ତା | କ୍ଷତ ବିକ୍ଷତ ଅବସ୍ଥାରେ ଶ୍ରମିକଙ୍କୁ ଉଦ୍ଧାର କଲା ବନ ବିଭାଗ |ଘଟଣା ଘଟିଛି ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ କୟଥ ପଲା ଗ୍ରାମରେ |ଗୁରୁତର ଶ୍ରମିକଙ୍କ ନାମ ଦିଲିପ କୁମାର ବେହେରା(୪୦) ଆଜି ଭୋର୍ ସମୟରେ ଦିଲିପ ଗ୍ରାମ ନିକଟସ୍ଥ କ୍ରସରରେ କାମ କରିବା ପାଇଁ ଘରୁ ଖାଦ୍ୟ ଟିଫିନ୍ ନେଇ ତର ବର ହୋଇ ବାହାରି ପଡିଥିଲେ | କ୍ରସର କୁ ଯିବା ପାଇଁ ସଟ୍ କର୍ଟ ରାସ୍ତା ବାଛି ବିଲରେ ଚାଲି ଚାଲି ଯାଉଥିଲେ ଏହି ସମୟରେ ଗୋଟିଏ ଗୋଠ ଛଡା ଦନ୍ତା ହଠାତ୍ ଆମ୍ବ ତୋଟାରୁ ବାହାରି ଆସି ଦିଲିପଙ୍କୁ ଶୁଣ୍ଢରେ ଟେକି ନେଇଥିଲା | ଶୁଣ୍ଢରେ ଧରି ଦନ୍ତା ଟି ଗୋଡରେ ଦଳି ଦେଇଥିଲା | ହାତୀ ପଛେ ପଛେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ହୋ ହାଲ୍ଲା କରିବାରୁ ଦନ୍ତାଟି ଦିଲିପଙ୍କୁ ଛାଡି ଦେଇ ଜଙ୍ଗଲ ମଧ୍ୟ୍ୟକୁ ପଳାଇ ଯାଇଛି | ବନ କର୍ମଚାରୀ ମାନେ ଦିଲିପଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି | ଟାଙ୍ଗୀ ରେଂଜର ଫରେଷ୍ଟର ଗୋଲସପ ସେଠୀ ,ନାଚୁଣୀ ଫରେଷ୍ଟର ମୋହନ ଦେହୁଡି,ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ସାହୁ ,ଦେବେନ୍ଦ୍ର କୁମାର ବେହେରା ପ୍ରମୁଖ ବନ କର୍ମଚାରୀ ମାନଙ୍କର ଉପସ୍ଥିତ ବୁଦ୍ଧିଯୋଗୁଁ ଗୋଟିଏ ଜୀବନ ବଂଚିଯାଇଛି |

Comments are closed.