ରୋଷେଇ କଲାବେଳେ ଅସାବଧାନତା ଯୋଗୁଁ ନିଆଁରେ ପୋଡି ପତିପତ୍ନି ଗୁରୁତର

ବଲାଙ୍ଗୀର(ଫିରୋଜ କୁମାର ସାହୁ) : ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକର ତେଲେନପାଲି ଗ୍ରାମରେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି । ସୂଚନା ମୁତାବକ ମଙ୍ଗଳବାର ସଂଧ୍ୟା ସମୟରେ ସ୍ଥାନୀୟ ବାସିନ୍ଦା ନେତ୍ରମଣି ବିଶିଙ୍କ ଧର୍ମପତ୍ନୀ ନିଳାଦ୍ରୀ ବିଶି ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଚୁଲିର ନିଆଁ ତାଙ୍କ ପିନ୍ଧଥିବା ଶାଢୀରେ ଲାଗିଯାଇଥିଲା । ଫଳରେ ସେ ପୋଡି କରି ଚିତ୍କାର କରିଥିଲେ। ଏହି ସମୟରେ ନେତ୍ରମଣି ବିଶି ଖବର ପାଇ ନିଜ ଜୀବନକୁ ବାଜିରେ ଲଗେଇ ରୋଷେଇ ଘରୁ ତାଙ୍କ ପତ୍ନୀଙ୍କର ଜୀବନ ବଞ୍ଚାଇଥିଲେ । ହେଲେ ଏହି ଦୁର୍ଘଟଣାରେ ଦୁହେଁଙ୍କର ଶରୀରର ଅନେକ ଅଙ୍ଗ ପୋଡି କ୍ଷତବିକ୍ଷତ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ଆଶୁ ଚିକିତ୍ସା କରି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଦୁଇ ପତିପତ୍ନିଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା କିନ୍ତୁ ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏପରି ରୋଗୀଙ୍କ ପାଇଁ କୌଣସି ଉଚିତ ବ୍ୟବସ୍ଥା ନଥିବାରୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.