୭୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ଅଭିଯୁକ୍ତ ଗିରଫ

ବଲାଙ୍ଗିର, ସଞ୍ଜୟ କୁମାର ମିଶ୍ର : ପାଟଣାଗଡ ଥାନା ବ୍ରାହ୍ମଣୀ ଗ୍ରାମ ଅଞ୍ଚଳରୁ ବିପୁଳ ପରିମାଣର ଦେଶି ମଦ ଓ ପୋଚ ସମେତ ମଦ ତିଆରି ପାଇଁ ବିଭିନ୍ନ ସାମଗ୍ରୀକୁ ଜବତ କଲା ଅବକାରୀ ପୋଲିସ । ଏହି ଅଞ୍ଚଳରେ ଦିର୍ଘ ଦିନ ଧରି ଚୋରା ମଦ ରନ୍ଧାଯାଇ ଆଖ ପାଖ ଅଞ୍ଚଳକୁ ସପ୍ଲାଏ କରାଯାଉଥିବା ବେଳେ ଅଞ୍ଚଳବାସୀଙ୍କ ଦ୍ବାରା ବାରମ୍ବାର ପାଟଣାଗଡ ଅବକାରି ଥାନାକୁ ସୂଚନା ଦିଆଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିଲା । ତେବେ ବଲାଙ୍ଗିର ଜିଲ୍ଲା ଅବକାରୀ ଅଧ୍ୟୀକ୍ଷକ ସିଦ୍ଧେଶ୍ଵର ବେସ୍ରାଙ୍କ ନିର୍ଦ୍ଦେଶ କ୍ରମେ ଓ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ନୀରିକ୍ଷକ ଆଇଆଇସି ୟୁ ଏଲ ନାଏକ ଓ ପିକେ ପଣ୍ଡା, ପିକେ ନାଏକ, ସଦର ଓଆଇସି ବିଶ୍ଵନାଥ ପରିଡା, ପାଟଣାଗଡ ଓଆଇସିବି ପଧାନ, ଆରସି ପଟନାୟକ ଓ ଅବକାରୀ ବିଭାଗର ଅନ୍ୟମାନେ ମିଳିତ ଚଢାଉ କରି ବିପୁଳ ପରିମାଣର ଦେଶି ମଦ ଓ ପୋଚ ସହିତ ମଦ ତିଆରି ସମଗ୍ରୀ ଜବତ କରିଥିଵା ସୁଚନା ମିଳିଛି । ତେବେ ଏହି ୩ ଜଣ ବେପାରୀଙ୍କ ନିକଟରୁ ୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଳାଣ କରାଯାଇଥିବା ଜଣାପଡିଛି ।

Comments are closed.