ମୁଦିପଡା ପେଟ୍ରୋଲପମ୍ଫ ଦାଦାବଟି ମାଗିବା ଓ ନିଆ ଲଗାଇବା ଉଦ୍ୟମ ଘଟଣାରେ ୨ ଗିରଫ

ସମ୍ବଲପୁର, ତୁସବନ୍ତ ଯୋଶୀ : ସମ୍ବଲପୁରର ଅପରାଧୀ ମାନଙ୍କୁ ଶେଷ ଚେତାବନୀ ଦେଲେ ଏସପି ବାତୁଲା ଗଙ୍ଗାଧର । ସମ୍ବଲପୁର ମୁଦିପଡା ପେଟ୍ରୋଲପମ୍ଫରେ ଦାଦାବଟି ମାଗିବା ଓ ପେଟ୍ରୋଲପମ୍ଫରେ ନିଆ ଲଗାଇବା ଉଦ୍ୟମ ଘଟଣାରେ ୨ ଜଣ ଅଭିଯୁକ୍ତ ଗିରପ ହେବା ପରେ ସମ୍ବଲପୁର ଏସପି ଏମିତି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଦାଦାବଟି ମାଗିବା, ଲୋକଙ୍କୁ ଧମକ ଚମକ ଦେବା, ବେଆଇନ ନିସା କାରବାର କରିବା ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପ କରୁଥିବା ଅପରାଧିଙ୍କ ବିରୋଧରେ କଠୋର ଆଇନଗତ କାଯ୍ୟାନୁଷ୍ଟାନ ନିଆଯିବ । ବର୍ତମାନ ପୋଲିସ ବିଭାଗ ସମ୍ବଲପୁର ସହର ତଥା ବିଭିନ୍ନ ସ୍ଥାନରେ ଥିବା ପେଷାଦାର ଅପରାଧି ମାନଙ୍କର କ୍ରିମିନାଳ ବେକଗ୍ରାଉଣ୍ଡ ନେଇ ଡାଟାବେସ ସଂଗ୍ରହ କରୁଛି ବୋଲି ସମ୍ବଲପୁର ଏସପି ସୁଚନା ଦେଇଛନ୍ତି । ଆଗକୁ ଏହିଭଳି ଅପରାଧିଙ୍କ ବିରୁଦ୍ଧରେ କଠୋର କାଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଳି ସମ୍ବଲପୁର ଏସପି ଦୄଡତାର ସହ କହିଛନ୍ତି । ଏଥିପାଇଁ ଅପରାଧି ମାନେ ସୁଧାରି ଯାଆନ୍ତୁ ବୋଲି ଏସପି ଚେତାବନୀ ଦେଇଛନ୍ତି । ତେବେ ପେଟ୍ରୋଲପମ୍ଫରେ ଦାଦା ବଟି ମାଗିବା ଓ ନିଆଁ ଲଗାଇବାକୁ ଉଦ୍ୟମ କରିବା ଘଟଣାରେ ସମ୍ବଲପୁର ପୋଲିସ ୨ ଜଣକୁ ଗିରଫ କରିଥିବା ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଠେଲକୋପଡାର ରାଜୁ ସେନ୍ଦରିଆ ଓ ରୋନିତ ବେହେରା । ଗିରଫ ଅଭିଯୁକ୍ତ ରୋନିତ ବେହେରାଙ୍କ ନାରେ ୫ ଟି ମାମଲା ଥିବା ବେଲେ ରାଜୁ ସେନ୍ଦରିଆ ଙ୍କ ନାରେ ୨ ଟି କେସ ରହିଥିବା ସୁଚନା ଦେଇଛନ୍ତି ଏସପି ।

Comments are closed.