୧୬ ନଂ ଜାତୀୟ ରାଜପଥ ଓସକେଇ ଖୋଲ ଛକରେ ସଡକ ଦୁର୍ଘଟଣା, ଜଣେ ମୃତ

ଟାଙ୍ଗି, ରାକେଶ କୁମାର ଜଗଦେବ : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଚାନ୍ଦପୁର ଥାନା ଓସ୍ତପଡା ଗ୍ରାମର ସୁଦର୍ଶନ ସାହୁ । ସୂଚାନୁସାରେ ଔରଙ୍ଗାବାଦରୁ ଏକ ପରିବାର ଇନୋଭା କାରରେ ପୁରୀ ଵୁଲିବାକୁ ଯାଉଥିବା ବେଳେ ଓସକେଇ ଖୋଲ ଛକ ନିକଟରେ ମୋପେଡ଼ ନେଇ ଯାଉଥିବା ସୁଦର୍ଶନ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ଗାଡିକୁ ଜବତ କରିଛି ।

Comments are closed.