ବି.ଡି.ସି.ସି ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗୀର, ସୁଜାତା ମିଶ୍ର : ଭିଜିଲାନସ ଜାଲରେ ବ୍ୟାଙ୍କ କର୍ମଚାରୀ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ଘରେ ଭିଜିଲାନସ ଚଢଉ । ସମ୍ୱଲପୁର ଭିଜିଲାନସ ଏସ.ପିଙ୍କ ନିର୍ଦ୍ଦେଶରେ ଆଜି ଭିଜିଲାନସ ବିଭାଗର ଚାରୋଟି ଟିମ ତିନୋଟି ଜାଗାରେ ଚଢଉ ଜାରୀ ରଖିଛନ୍ତି । ବଲାଙ୍ଗିର ସହର ଭିତରେ ଥିବା ବି.ଡି.ସି.ସି ବ୍ୟାଙ୍କ, ପ୍ୟାଲେସଲାଇନ ଏବଂ ରୁଗୁଡିପଡାରେ ବଲାଙ୍ଗିର, ବରଗଡ, ସମ୍ୱଲପୁର ଓ ସୋନପୁର ଭିଜିଲାନସ ବିଭାଗର ଟିମ ଏକ କାଲୀନ ଚଢଉ କରିଛନ୍ତି । କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଲିଥିବା ବେଲେ ଘରବାଡି ସଂପତ୍ତିର ଆକଳନ ଜାରୀ ରହିଛି ।

Comments are closed.