କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ସରକାରୀ ସହାୟତା

ମାଲକାନଗିରି, ଅପୂର୍ବ ଥଣ୍ଡର : କୋରୋନାରେ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ପ୍ରଦାନ କରାଯାଇଛି । ଚଳିତବର୍ଷ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାଶିଷ୍ଟ ୱାଇ.ରାଜକୁମାର କୋଭିଡ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବାବେଳେ ନିଜେ କୋରୋନାରେ ସଂକ୍ରମିତ ହୋଇ ଗତ ଅଗଷ୍ଟ 29ରେ ଚିକିତ୍ସାବସ୍ଥାରେ ମୃତ୍ୟୁବରଣ କରିଥିଲେ ।ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରଯାଇଥିଲା । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଆଜି ତାଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି ।
ରାଜକୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ଦୁଇ ଝିଅ ଅଛନ୍ତି । ଏହି ବୀମାରାଶି ମୃତ ୱାଇ. ରାଜକୁମାରଙ୍କ ପତ୍ନୀ ୱାଇ ପ୍ରେମଲତା ଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାରେ ତିନିଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି ଏବଂ ତନ୍ମଧ୍ୟରୁ ଶ୍ରୀ ରଞ୍ଜନ ହନ୍ତାଳ, ହୋମଗାର୍ଡଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି ।

Comments are closed.