ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ୫ଟି ପର୍ଯ୍ୟାୟରେ ହେବ ମତଦାନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଲାଗି ବାଜିଲା ବିଗୁଲ। ସେଠାରେ ୮୧ଟି ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସେହିପରି ଡିସେମ୍ବର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ୧୨ରେ ତୃତୀୟ ପର୍ଯ୍ୟାୟ, ୧୬ରେ ଚତୁର୍ଥ ପର୍ଯ୍ୟାୟ, ୨୦ରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ । ଡିସେମ୍ବର ୨୩ରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ମିଳିଛି । ପ୍ରଥମରେ ୧୩ଟି, ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି, ତୃତୀୟ ପର୍ଯ୍ୟାୟରେ ୧୭ଟି, ଚତୁର୍ଥ ପର୍ଯ୍ୟାୟରେ ୧୫ଟି, ପଞ୍ଚମ ପର୍ଯ୍ୟାୟରେ ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । ଭାରତର ମୁଖ୍ୟ ନିର୍ବାଚନ କିମଶନ ସୁନୀଲ ଅରୋରା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ତେବେ ଝାଡ଼ଖଣ୍ଡ ବିଧାନସଭା କାର୍ଯ୍ୟକାଳ ୨୦୨୦ ଜାନୁଆରୀ ୫ରେ ସମାପ୍ତ ହେବାକୁ ଯାଉଛି ।

Comments are closed.