ଆହତ ହେଲେ ରୋହିତ୍ ଶର୍ମା, ଚିନ୍ତାରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷରେ ହେବାକୁୁ ଯାଉଥିବା ୩ଟି ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଏହି ସିରିଜରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱରେ ଥିବା ରୋହିତ ଶର୍ମା ଆହତ ହୋଇଛନ୍ତି। । କ୍ରବାର ଗ୍ରାଉଣ୍ଡରେ ଥ୍ରୋଡାଉନ୍ କରୁଥିବା ବେଳେ ବଲ୍ ରୋହିତଙ୍କ ବାମ ଜଙ୍ଘରେ ଲାଗିଛି, ଯେଉଁ କାରଣରୁ ସେ ବାହାରକୁ ଚାଲିଯାଇଥିଲେ।

ତେବେ ରାଟ୍ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ନେତୃତ୍ୱ ନେବେ। କିନ୍ତୁ ରୋହିତଙ୍କ ବାମ ଜଙ୍ଘରେ ବଲ ବାଜିବାରୁ ଏବେ ସଙ୍କଟରେ ଅଛି ଟିମ୍ ଇଣ୍ଡିଆ । ଏ ନେଇ ଟିମ୍ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ବର୍ତ୍ତମାନ ରୋହିତଙ୍କର ଉପଚାର ଚାଲିଛି ଏବଂ ଏ ନେଇ କୌଣସି ଅପଡେଟ୍ ମିଳିନାହିଁ ।

Comments are closed.