ଜଷ୍ଟିସ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ CJI

ନୂଆଦିଲ୍ଲୀ : ଜଷ୍ଟିସ ଏସ୍.ଏମ. ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଜଷ୍ଟିିସ ବୋବଡେଙ୍କ ନାଁକୁ ଆଜି ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ। ଏହା ପରେ ୧୮ ତାରିଖରେ ଜଷ୍ଟିସ ବୋବଡେ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ଅବସର ନେବା ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିଥାନ୍ତି।

ତେବେ ଦେଶର ୪୬ତମ ସିଜେଆଇ ବନିବେ ଜଷ୍ଟିସ୍ ବୋବଡେ । ବୋବଡେଙ୍କ ନାଁମକୁ ସୁପାରିଶ କରିଛନ୍ତି ସିଜେଆଇ ରଞ୍ଜନ ଗୋଗୋଇ ।

Comments are closed.