ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ ମୋଦୀ, ଶାହା ଓ କୋହଲି !

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ବା ଏନଆଇଏ ମୁଖ୍ୟାଳୟକୁ ଆତଙ୍କବାଦୀ ସଂଗଠନ ଏକ ଧମକପୂର୍ଣ୍ଣ ଚିଠି ଲେଖିଛି । ଆତଙ୍କବାଦୀ ସଂଗଠନ ଅଲ ଇଣ୍ଡିଆ ଲଶ୍କର ଏ ତୋଏବା ଏନଆଇଏ ହେଡକ୍ୱାର୍ଟରକୁ ଏକ ଧମକପୂର୍ଣ୍ଣ ଚିଠି ସହ ହିଟଲିଷ୍ଟ୍ ପଠାଇଛି । ଆତଙ୍କବାଦୀ ସଂଗଠନର ଆଟାକ ଲିଷ୍ଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଥିବା ସେହି ଚିଠିରୁ ଜଣାପଡ଼ିଛି । ସେମାନଙ୍କ ହିଟଲିଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ରହିଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବି ସେହି ହିଟଲିଷ୍ଟରେ ସାମିଲ ଅଛନ୍ତି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଆତଙ୍କୀଙ୍କ ଟାର୍ଗେଟରେ ଥିବା ଜଣାପଡ଼ିଛି ।

ଅଲ ଇଣ୍ଡିଆ ଲଶ୍କର-ଏ-ତୋଏବା ହାଇ ପାୱାର କମିଟି କାଝୀକୋଡ କେରଳରୁ ଏନଆଇଏକୁ ଏହି ଚିଠି ମିଳିଛି । ଏନେଇ ସୁରକ୍ଷା ଏଜେନ୍ସି ଦ୍ଵାରା ଏହାର ଛାନଭିନ ଆରମ୍ଭ କରାଯାଇଛି ।

Comments are closed.