ସଞ୍ଜୟ ଲୀଲା ଭନସାଲିଙ୍କ ନୂଆ ଫିଲ୍ମରେ ଦେଖା ଦେବେକି ସଲମାନ ଓ ଦୀପିକା ???

ନୂଆ ଦିଲ୍ଲୀ : ଯଦି ଏକଥା ସତ ହୁଏ ତେବେ ୨୦୧୮ ରେ ଏହା ସବୁଠୁ ବଡ ଚର୍ଚ୍ଚିତ ଖବର ହେବ । ଏକଥା ସତ ଯେ ଦିର୍ଘଦିନରୁ ବଲିଉଡର ନିର୍ଦେଶକମାନେ ଦବଙ୍ଗ ଷ୍ଟାର ସଲମାନ ଖାନ ଏବଂ ଚୁଲବୁଲି ଦୀପିକା ପାଦୁକଣଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ କେହିଭି ସଫଳତା ହାସଲ କରିନାହାନ୍ତି । ହେଲେ ଏହି ଦୁଇ ବଲିଉଡ ତାରକା ମାନଙ୍କୁ ଏକାଠି ରୂପେଲି ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମନରେ କେତେଯେ ଉତ୍କଣ୍ଠା ତାହା କହିଲେ ନସରେ ।
କିନ୍ତୁ ଲାଗୁଛି ଏବେ ସବୁ ଅପେକ୍ଷାର ଅନ୍ତ ହେବ । କାରଣ ଦି ଟେଲିଗ୍ରାଫର ଲେଟେଷ୍ଟ ବଜର ସୂଚାନୁସାରେ ବଲିଉଡର ବହୁ ଚର୍ଚ୍ଚିତ ନିର୍ଦେଶକ ସଞ୍ଜୟ ଲୀଲା ଭନସାଲି ତାଙ୍କର ନୂଆ ଫିଲ୍ମ ପ୍ରୋଜେକଟ “ଇନସାଆଲ୍ଲା” ରେ ଏହି ଦୁଇ ପ୍ରଭାବଶାଳୀ ତାରକା ଯୋଡିକୁ ନେବା ପାଇଁ ପ୍ଲାନ କରୁଛନ୍ତି । ଯାହା ଆଗାମୀ ବର୍ଷରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

Comments are closed.