ନିଜ ପ୍ରେମିକା ଆଗରେ ସ୍ମାର୍ଟ ଦେଖାଯିବ ପାଇଁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ

ସବୁ ପୁଅମାନେ ନିଜ ପ୍ରେମିକା ଆଗରେ ସ୍ମାର୍ଟ ଓ ଆକର୍ଷଣୀୟ ଦେଖାଯିବ ପାଇଁ ଚାହାନ୍ତି । ସେଥିପାଇଁ କିଏ କେଶ କଲର କରେ ତା ଆଉ କିଏ ଅନ୍ୟ କିଛି ଉପାୟ ଆପଣେଇ ଥାନ୍ତି । ଆଉ କଲେଜ ପଢୁଆ ପୁଅ କଥା ତା କହିଲେ ନସରେ । ସେମାନଙ୍କର ଇଛା ଥାଏ କି ତାଙ୍କ ମନ ପସନ୍ଦର ଝିଅ ତା ଆଡକୁ ଟିକେ ଚାଁହୁ । ଯାହାର ଲୁକ୍‌ ଓ ପର୍ସନାଲିଟି ଯେତେ କୁଲ ହେବ ସେ ସେତେ ଅଧିକ ଅନ୍ୟକୁ ଆକର୍ଷିତ କରି ପାରିବ। ଯଦି ଆପଣ କଲେଜରରେ ପଢ଼ୁଛନ୍ତି ତେବେ ଆପଣାନ୍ତୁ ଏହି ୧୦ଟି ଉପାୟ ଯାହା ଆପଣଙ୍କୁ ଫ୍ରେସ୍‌ ଓ ହେଲଦି ରଖିବେ।

କଦଳୀ-  ପ୍ରତିଦିନ ଗୋଟିଏ କଦଳୀ ଖାଇଲେ ମନ ସ୍ଥିର ରହିବ। ଏହା ଆପଣଙ୍କୁ ଦିନସାରା ଆକ୍ଟିଭ ରଖିବ।

ବେସନ –  ବେସନରେ ମୋହୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ରଙ୍ଗ ଗୋରା ହେବ ଓ ଆପଣ ଅଧିକ ହ୍ୟାଣ୍ଡସମ୍‌ ଲାଗିବେ।

ପଇଡ଼ ପାଣି –  ପ୍ରତିଦିନ ଅତି କମରେ ଥରେ ପଇଡ଼ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଏନର୍ଜେଟିକ ରଖିବ।

ଦହି – କଲେଜ ପଢ଼ୁଆ ପୁଅମାନେ ପ୍ରତିଦିନ ଦହି ଖାଇବା ଉଚିତ। କାରଣ ଏହା ଆପଣଙ୍କ ଓଜନକୁ କଣ୍ଟ୍ରୋଲ କରିଥାଏ। ଓଜନ କଣ୍ଟ୍ରୋଲରେ ରହିଲେ ଆପଣ କ୍ୟୁଟ୍‌ ଲାଗିବେ।

ବାଦାମ – ପ୍ରତିଦିନ ଗୋଟେ ମୁଠା ବାଦମ ଖାଆନ୍ତୁ। ଏହା ରକ୍ତ ସଂଚାଳନ ଠିକ୍‌ ରଖିଥାଏ। ଏହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇଥାଏ।

ଏଲୋବରା ଜୁସ୍‌ – କଲେଜ ପଢୁଆ ପୁଅମାନଙ୍କୁ ପ୍ରତିଦିନ ଏଲୋବେରା ଜୁସ୍ ଗୋଟେ ଗ୍ଲାସ୍‌ ନିହାତି ପିଇବା ଦରକାର। ଏହା ଆପଣଙ୍କ ବାଳ ଝଡ଼ିବା ରୋକିବା ସହ ଏହାକୁ ସତେଜ ରଖିଥାଏ। କାରଣ ଆପଣଙ୍କ ବାଳ ହିଁ ଆପଣଙ୍କୁ ଅଧିକ ଆକର୍ଷଣୀୟ ଦେଖିବାରେ ସହାୟକ ହୋଇଥାଏ।

ବିଲାତି –  ଆପଣ ନିଜର ରଙ୍ଗକୁ ନେଇ ଦୁଃଖିତ କି ? ଏଥିରେ ଦୁଃଖି ହେବାର କିଛି ନାହିଁ। ବିଲାଟିର ପେଷ୍ଟ ବନାଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ମୁହଁରେ ଉଜ୍ୱଳତା ଭରିଦେବ ଓ ଆପଣ ବହୁତ ସୁନ୍ଦର ଦିଶିବେ।

ପାନମୋଉରୀ –  ପ୍ରତିଦିନ ପାନମୋଉରୀ ଖାଇଲେ ମୁଖଗନ୍ଦ ଦୂର ହୋଇଥାଏ। ଏହା ଆପଣଙ୍କ ଇମ୍ପ୍ରେସନ ବଢ଼ାଇଥାଏ ଓ ଆପଣ ସାଙ୍ଗମାନଙ୍କ ସହ ଅଧିକ ମିଶି ପାରିବେ।

ଅଣ୍ଡା – ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଆଖାନ୍ତୁ। ଏହା ଆପଣଙ୍କ ମସଲ୍ସକୁ ପରଫେକ୍ଟ ବନାବ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆକର୍ଷଣୀୟ ହେବା ସହ ପର୍ସନାଲିଟି ବଢ଼ିବ।

Comments are closed.