ରଣବୀରଙ୍କ ଲୁକ୍ ଦେଖି କାନ୍ଦି ପକାଇଲା କୁନି ପିଲା, ଭାଇରାଲ ହେଲା ଭିଡିଓ

ମୁମ୍ବାଇ,୨ ।୧୦; ଆଗଧାଡିର ଅଭିନେତା ରଣବୀର ସିଂହ ବଲିଉଡରେ ଏଣ୍ଟ୍ରି ମାରିବା ଦିନରୁ ହିଁ ନିଜର ରଙ୍ଗ ବେରଙ୍ଗ ପୋଷାକ ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ନିକଟରେ ରଣବୀରଙ୍କୁ ଏପରି ଏକ ପୋଷାକରେ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଏକ କୁନି ପିଲା କାନ୍ଦି ପକାଇଥିଲା । ରଣବୀରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

https://www.instagram.com/p/B3GoH4PHCrw/?utm_source=ig_web_copy_link

ନିକଟରେ ରଣବୀର ସିଂହ ଏକ ନାଲି ରଙ୍ଗର ଓଭରସାଇଜ୍ ହୁଡୀରେ ନଜର ଆସିଥିଲେ । ରଣବୀରଙ୍କ ଏହି ହୁଡୀ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଲମ୍ବା ଥିଲା । ଏହା ସହ ସେ କଳା ରଙ୍ଗର ଚଷମା ଓ ସବୁଜ ରଙ୍ଗର ଚୋତା ପିନ୍ଧିଥିଲେ । ସୋସିଆଲ ମିଡିଆରେ ରଣବୀରଙ୍କ ଲୁକକୁ ଲୋକମାନେ ‘କୋଇ ମିଲ୍ ଗେୟା’ ସିନେମାର ଯାଦୁ ସହ ତୁଳନା କରୁଛନ୍ତି । ଏହା ସହ ରଣବୀରଙ୍କ ଏହି ଲୁକ୍ ଦେଖି ଏକ କୁନି ପିଲା ଡରରେ କାନ୍ଦୁ ଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ରଣବୀରଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Comments are closed.