ପୂଜା ଛୁଟିରେ ବନ୍ଦ ହେବନି ଆରଟିଓ ଅଫିସ୍

ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମକୁ ନେଇ ଚିନ୍ତିତ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ପୂଜା ଛୁଟିରେ ଆରଟିଓ ଅଫିସ ଖୋଲା ରହିବ ବୋଲି ଆଜି ସୂଚନା ଦେଇଛନ୍ତି ପରିବହନ କମିଶନର । ଏହା ସହ ପୂଜା ସମୟରେ ବିନା ପଞ୍ଜୀକୃତ ଗାଡି ବିକିଲେ ସୋରୁମ ମାଲିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପରି କରିବା ଦ୍ୱାରା ସୋରୁମ୍ ମାଲିକଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ମଧ୍ୟ କୁହାଯାଇଛି ।

ତେବେ ୫ ଓ ୭ ତାରିଖରେ ଆରଟିଓ ପଞ୍ଜୀକରଣ ବିଭାଗ ଖୋଲା ରହିବ । ପୂଜା ସମୟରେ ରେଜିଷ୍ଟ୍ରସନ ସମ୍ଭବ ନଥିବାରୁ ଗାଡି କିଣା ଉପରେ ରୋକ୍ ଲଗାଯାଇଛି । ଏହା ସହ ପୂଜା ସମୟରେ ଡିଏଲ ଓ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବ ନାହିଁ ବୋଲି କୁହାଯାଇଛି ।

Comments are closed.