୩୦ କିଲୋ ଗଞ୍ଜେଇ ସହ ଜଣେ ୫୦ ବର୍ଷୀୟ ମହିଳା ଗିରଫ

ଖୋର୍ଦ୍ଧା, ରାକେଶ କୁମାର ଜଗଦେବ : ଟାଙ୍ଗୀ ପୋଲିସ୍ କୁହୁଡି ବର ଗାଡିଆ ସାହିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଗଂଜେଇ ଚୋରା କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣକ ହେଲେ ୫୦ ବର୍ଷୀୟ ପ୍ରଭାତି ବେହେରା । କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦିର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରିଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋରଧା ଜିଲା ପୋଲିସର ସ୍ପେସାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ ମିଳିତ ଭାଵେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇଯାଇଥିବା ବେଳେ ମହିଳା ଜଣକ ଏକାକୀ ଘରେ ରହିଯାଇଥିଲେ । ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା । ଜବତ ଗଂଜେଇର ଓଜନ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ଲକ୍ଷରୁ ଅଧୀକ ମୂଲ୍ୟ ହେବ ବୋଲି ଜଣ‍ା ପଡିଛି । ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

Comments are closed.