ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ଅକାଳ ମୃତ୍ୟୁ

ମାଲକାନଗିରି, ଅପୂର୍ଵ ଥଣ୍ଡର : କାଲିମେଳା ବ୍ଳକ ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ପୁଷୁଗୁଡା ପଚାୟତରେ ମୁକାନପାଲ୍ଲୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ଏହି ଗ୍ରାମରେ ଦୁଇ ଭଉଣୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଦୁଇ ଶିଶୁ ମାନଙ୍କର ମଧ୍ୟରୁ ଜଣଙ୍କର ବୟଷ ୩ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କର ବୟସ ୬ ବର୍ଷ ବୋଲି ସୂଚନା ମିଳିଛି। ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ମୋଟୁ ଥାନା ଅଧୀକାରୀ ସୁଶାନ୍ତ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଦୁଇ ଶିଶୁର ଶବକୁ ଜବଦ କରି ତଦନ୍ତ ଆରମ୍ଭ କରିଛନ୍ତି । ସୁଚନା ଅନୁଯାଇ ମୁକାନପାଲ୍ଲୀ ଗ୍ରାମର ଉପେଲ ଗଙ୍ଗା ଙ୍କ ସ୍ତ୍ରୀ ଘରଠାରୁ ୫ ଶହ ମିଟର ଦୁରରେ ଥିବା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସାଙ୍ଗରେ ଏହି ଦୁଇ ଭଉଣୀ ଯାଇଥିଲେ । ମା ଜଣଙ୍କ ବିଲରେ ଧାନକାଟୁଥିବା ସମୟରେ ଏହି ଦୁଇ ଭଉଣୀ ପାଖରେ ଥିବା ଏକ ଚୁଆ ନିକଟରେ ବସିଥିଲେ । ଏହିସମୟରେ ସାନ ଝିଅଟି ଖେଳୁଖେଳୁ ଚୁଆ ପାଣିଭିତରେ ପଡିଯାଇଥିଲା । ଭଉଣୀ ପାଣିରେ ବୁଡିଯାଇଥିବା ଦେଖି ବଡ ଭଉଣୀ ତାକୁ ରକ୍ଷା କରିବାପାଇଁ ପାଣିକୁ ଯାଇଥିଲା । ତେବେ ଉକ୍ତ ଗାଡିଆରେ ପାଣି ଅଧିକ ଥିବାରୁ ଦୁଇ ଭଉଣୀ ବୁଡିଯାଇ ମୃତ୍ୟୁବରଣ କରିଥିଲେ । କିଛି ସମୟ ପରେ ମା ଆସି ଖୋଜାଖୋଜି କରିବା ପରେ ପାଣି ଭିତରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ସେତେବେଳକୁ ଦୁଇ ଭଉଣୀର ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶିଶୁମାନଙ୍କର ଶବ ବ୍ୟବଛେଦ ନିମନ୍ତେ କାଲିମେଳା ମେଡିକାଲକୁ ପଠାଇଛନ୍ତି ।

Comments are closed.