ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ

କଟକ, ଲକ୍ଷ୍ମୀଧର ଦାସ : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଷ୍ଟେଟବ୍ୟାଙ୍କ ଛକ ନିକଟରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବାଇକୁ ଧକ୍କା ଦେବାରୁ ବାଇକ ଚାଳକକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମାହାଙ୍ଗା ଥାନା ସମସରପୁର ଗ୍ରାମର ଶଶିକାନ୍ତ ନାୟକ । ତେବେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକଟି ବାଲେଶ୍ବରରୁ ଖୋର୍ଦ୍ଧା ଯାଉଥିବା ସମୟରେ ଟାଙ୍ଗୀ ନିକଟସ୍ଥ ଏଚପି ପେଟ୍ରୋଲ ପମ୍ପକୁ ବୁଲାଇଲା ବେଳେ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଖବର ପାଇଁ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଚିଁ ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇବା ସହ ଗ୍ୟାସ ବୋଝେଇ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।