ପୋଲିସ ଓ ଅବକାରୀ ବିଭାଗ ତରଫରୁ ୭ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ

ମାଲକାନଗିରି, ଅପୂର୍ବ ଥଣ୍ଡର : ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡ଼, ସିନ୍ଧିଗୁଡ଼ା, ରାମଗୁଡ଼ା, ଖଡ଼ିକାଯୋଡ଼ା, ଡାଇକି-୨, ଡାଇକି-୩ ଗ୍ରାମ ନିକଟସ୍ଥ ଜମି ଓ ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇକୁ ପୁଲିସ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ମିଳିତ ସହଯୋଗରେ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଉକ୍ତ ଗ୍ରାମର ୫୧ ଏକର ଜମିରୁ ୭୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ କାଟିବା ସହ ଗଛଗୁଡ଼ିକୁ ପେଟ୍ରୋଲ ଲଗାଇ ଜାଳି ପୋଡ଼ି ନଷ୍ଟ କରି ଦିଆଯାଇଥିଲା। ଏହାର ଅନୁମାନିକ ମୂଲ୍ୟ ୭ କୋଟିରୁ ଉର୍ଦ୍ଧ ହେବ ବୋଲି ପୁଲିସ ସୂଚନା ଦେଇଛି। ପରେ ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଆଗାମୀ ଦିନରେ ମଧ୍ୟ ଏପରି ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯିବ ବୋଲି ଥାନାଧିକାରୀ ସୂର୍ୟ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି। ଗଞ୍ଜେଇ ଗଛ ନଷ୍ଟ କରିଥିବା କାର୍ଯ୍ୟକ୍ରମରେ ଅଶୋକ କୁମାର ସେଠ, ଜିଲ୍ଲାଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟେ, ଇନ୍ସପେକ୍ଟରଏଚ ଯୋଗା ରାଓ, ଦିଲ୍ଲୀପ ନାୟକ, ଏସ ଆଇ ଦିନେଶ କୁମାର, ରାଜୁ ଖୋଟି, ସି ପ୍ରଦୀପ ଖୋରା, ଏଏସ ଆଇ ଜ୍ଞାନ ସାହୁ, ନାଗେଶ, ଏସ ମାଝୀ , ଆର୍ ହନ୍ତାଲ୍ ଓ ଚିତ୍ରକୁଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟାକ ଓ ତାଙ୍କର ପୋଲିସ କର୍ମଚାରୀ ଏବଂ ଅନ୍ୟମାନେ ଏହି ଗଞ୍ଜେଇ ନଷ୍ଟ କାର୍ଯ୍ୟରେ ଯୋଗ ଦେଇଥିଲେ।

Comments are closed.