କାଠ, କରତ କଳ ଓ ଟ୍ରାକ୍ଟର ଜବତ କଲା ଟାଙ୍ଗୀ ଵନ ବିଭାଗ

ଖୋର୍ଦ୍ଧା, ରାକେଶ କୁମାର ଜଗଦେବ : ଟାଙ୍ଗୀ ଵନ ବିଭାଗ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଦିନକୁ ଦିନ ଚୋରା କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । କରତ କଳକୁ ଟାଙ୍ଗୀ ଅଂଚଳରେ ବ୍ୟାନ କରାଯାଇଥିବା ବେଳେ ଚୋରା କାଠ ମାଫିଆ ମାନେ ଚୋରାରେ କରତ କଳ ଚଲାଇ ବେଶ୍ ମୁନାଫା କମାଇବାରେ ଲାଗିଛନ୍ତି । ଟାଙ୍ଗୀ ଥାନା ତରାପି ଗ୍ରାମ ଜଙ୍ଗଲ ଭିତରେ ଏକ ଚୋରା କରତ କଳ ଚାଲୁଥିବାର ଟାଙ୍ଗୀ ବନ ବିଭାଗ ସୂଚନା ପାଇବା ପରେ ସଦଳ ବଳେ ତରାପି ଜଙ୍ଗଲରେ ଚଢାଉ କରିଥିଲା ।ଚଢାଉ ବେଳେ ଏକ କରତ କଳ ସହ ଏକ ଟ୍ରାକ୍ଟର ଜବତ କରିବାକୁ ସକ୍ଷମ ହୋଇଛି ବନ ଵିଭାଗ । ଏହା ସହ ଲକ୍ଷାଧୀକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ ।

Comments are closed.