ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଦୋଷୀ

ହତ୍ୟାକାରୀ ନିଜେ ହତ୍ୟା କରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବାର ସନ୍ଦେହ କରାଯାଉଛି । ତେବେ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଳା ଅନ୍ତର୍ଗତ ପାତ୍ରପୁର ଜରଡା ଥାନାର ହରିଜନ ସାହିରେ । ପୋଲିସଙ୍କ ସୂଚନାନୁସାରେ, ସୁରତ ଲିମେଇ ନାମକ ଏକ ଯୁବକକୁ ସେହି ଗ୍ରାମର ରଜତ କୁମାର ନାୟକ ଛୁରି ଭୁସି ହତ୍ୟା କରିଛି । ପୂର୍ବରୁ ବି ଏପରି ହତ୍ୟା ଆକ୍ରମଣ କରି ଜେଲ ଯାଇଥିଲେ ସୁରତ । ପରନ୍ତୁ ଏଥର ଧାରୁଆ ଛୁରିରେ ଆକ୍ରମଣ କରିଥିବାରୁ ରଜତଙ୍କୁ ବଞ୍ଚାଇପାରିଲେ ନାହିଁ ଡାକ୍ତର । ହତ୍ୟା ପରେ ସ୍ୱୟଂ ପୋଲିସଙ୍କ ପାଖକୁ ଯାଇ ଆତ୍ମସମର୍ପଣ କରିଛି ସୁରତ ।

Comments are closed.